(ସମ୍ବଲପୁର ସଂସ୍କରଣ)
ବିଶ୍ବର ଏକ ନମ୍ବର ବୋଲର ଅଶ୍ବିନଙ୍କୁ ବସାଇ ମ୍ୟାଚ୍ ହାରିବା ନିହାତି ହାସ୍ୟାସ୍ପଦ କଥା।
-ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା, କଳାହାଣ୍ଡି
ପ୍ରକୃତରେ ବିଶ୍ବର ସବୁଠାର ଭଲ ବୋଲରଙ୍କୁ ମ୍ୟାଚ୍ରୁ ବାଦ୍ ଦେବା ଲଜ୍ଜାଜନକ ଘଟଣା। ତାଙ୍କୁ ଖେଳାଇବା ନିହାତି ଜରୁରି ଥିଲା।
-ସୁରେନ୍ଦ୍ର ପଶାୟତ, ଗଜବନ୍ଧ, ସୁବର୍ଣ୍ଣପୁର
ମ୍ୟାଚ୍ରେ ଅଶ୍ବିନଙ୍କୁ ସାମିଲ କରାଯିବା କଥା। ତାଙ୍କ ସ୍ଥାନର କମି ଜଣାପଡ଼ୁଥିଲା।
-ସଂକୀର୍ତ୍ତନ ସାହୁ, ବୀରମହାରାଜପୁର, ସୁବର୍ଣ୍ଣପୁର
ଅଶ୍ବିନଙ୍କୁ ବସାଇବା ଦ୍ବାରା ଭାରତ ମ୍ୟାଚ୍ ହାରିଲା।
-ସହଦେବ ପୋଢ଼, ବୁରୋମୁଣ୍ଡା, ବଲାଙ୍ଗୀର
ଅଶ୍ବିନଙ୍କ ଭଳି ଜଣେ ବୋଲରଙ୍କୁ ମ୍ୟାଚ୍ରେ ବସାଇବାର ନଥିଲା।
-ଦୁଃଶାସନ ରଣା, ଦେଉଲୀ, ବୌଦ୍ଧ
ଅଶ୍ବିନ ଜଣେ ଅଲ୍ରାଉଣ୍ଡର। ତାଙ୍କୁ ଖେଳାଇବା ନିହାତି ଦରକାର ଥିଲା।
-ଗୁରୁପ୍ରସାଦ ଦାଶ, ବୌଦ୍ଧ
ଅଶ୍ବିନ ବିଶ୍ବର ୧ ନମ୍ବର ବୋଲର ସାଙ୍ଗକୁ ଜଣେ ଅଲ୍ରାଉଣ୍ଡର। ସେ ମ୍ୟାଚ୍ ଖେଳିଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା।
-ଦେବରାଜ ପାଣିଗ୍ରାହୀ, ପାଟଣାଗଡ଼, ବଲାଙ୍ଗୀର
ଏହା ସତକଥା। ଆଗକୁ ଏଭଳି ଭୁଲ୍ ଯେପରି ନହେବ ସତର୍କତା ଅବଳମ୍ବନ କରିବା କଥା।
-ରାମଦୟାଲ ପଣ୍ଡା, ସରବାହାଲ ଝାରସୁଗୁଡ଼ା
ପାଗ ଯାହା ବି ହେଉ କି ପିଚ୍ ଯାହା ବି ଥାଉ ଅଶ୍ବିନଙ୍କୁ ଖେଳାଇବା ଅତ୍ୟନ୍ତ ଜରୁରି ଥିଲା।
-ସୁମନ୍ତ ଭୋଇ, କାଇଁଶିର, ବରଗଡ଼
ଅଶ୍ବିନ ଜଣେ ଶ୍ରେଷ୍ଠ ବୋଲର। ଟେଷ୍ଟ କ୍ୟାରିଅରରେ ତାଙ୍କ ଉତ୍ତମ ପ୍ରଦର୍ଶନ ରହିବା ସତ୍ତ୍ବେ ମ୍ୟାଚ୍ରେ ସାମିଲ କରାନଯିବା ଯୋଗୁଁ ଭାରତ ପରାଜିତ ହେଲା।
-ସୁବାସ ଚନ୍ଦ୍ର ଦେହେରୀ, କାଇଁଶିର, ବରଗଡ଼
(ବ୍ରହ୍ମପୁର ସଂସ୍କରଣ)
ମୁଁ ଏଥିରେ ଏକମତ ନୁହେଁ। ଅଶ୍ବିନୀ ଖେଳି ନଥିଲେ ବି ଅନ୍ୟ ବୋଲର୍ ମାନେ ଭଲ ବୋଲିଂ କରିଥିଲେ। ଆମେ ଆମର ବ୍ୟାଟର୍ଙ୍କ ପାଇଁ ମ୍ୟାଚ୍ ହାରିଲେ।
-ପ୍ରଦୀପ କୁମାର ଅମରସେଠ୍, ବାଲିଗୁଡ଼ା
ଖେଳରେ ବିଜୟ ପରାଜୟ ଲାଗି ରହିଛି। ହାରିଗଲେ ବୋଲି ଅଶ୍ବିନୀଙ୍କୁ ନେଇ ବିତର୍କ କରିବା ଅନୁଚିତ୍। କ୍ରିକେଟ୍ ଏକ ଦଳଗତ ଖେଳ। ଜଣଙ୍କ ଉପସ୍ଥିତି ବା ଅନୁପସ୍ଥିତି ବିଶେଷ ପ୍ରଭାବ ପକାଇ ନଥାଏ।
-କାମରାଜୁ ଗୌଡ଼, ଦେଉଳପଲ୍ଲୀ
ଅଶ୍ବିନୀଙ୍କୁ ନଖେଳାଇବା ଟିମ୍ ଇଣ୍ଡିଆର ଭୁଲ୍ ନିଷ୍ପତ୍ତି ଥିଲା। ବିଶ୍ବର ୧ ନମ୍ବର ବୋଲର ଯେ କୌଣସି ସ୍ଥାନରେ ଭଲ ବୋଲିଂ କରିବାର ଦକ୍ଷତା ରଖନ୍ତି। ତେଣୁ ଅଶ୍ବିନୀଙ୍କୁ ଦଳରେ ଚୟନ ବେଳେ ଆମେ ପିଚ୍ କଣ୍ଡିସନକୁ ଅଧିକ ପ୍ରାଧାନ୍ୟ ଦେବାର ନଥିଲା। ସେ ଖେଳିଥିଲେ ମ୍ୟାଚର ଫଳ ନିଶ୍ଚିତ ଭିନ୍ନ ହୋଇଥାନ୍ତା।
-ଏନ୍. ନୀଳମାଧବ ପାତ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
ଖେଳରେ ହାରଜିତ ଲାଗି ରହିଥାଏ। ତଥାପି ବିଶ୍ବର ୧ନମ୍ବର ବେଲର୍ ଅଶ୍ବିନୀଙ୍କୁ ବସାଇ ମାଚ୍ ହାରିବା ହାସ୍ୟାସ୍ପଦ। ଟିମ୍ ଇଣ୍ଡିଆ ଭବିଷ୍ୟତରେ ଏଭଳି ଭୁଲ୍ କରିବ ନାହିଁ ଏବଂ ମ୍ୟାଚ୍ ଜିତିବ ବୋଲି ଆଶା କରାଯାଉଛି।
-ଡି. ପ୍ରକାଶ ରାଓ, ଚିକଲଖଣ୍ଡି
ଭାରତୀୟ ଖେଳାଳିଙ୍କ ଇଚ୍ଛାଶକ୍ତି ଅଭାବ ଏବଂ ଅଶ୍ବିନୀଙ୍କୁ ମ୍ୟାଚ୍ରେ ଖେଳାଇଥିଲେ ଏଭଳି ଶୋଚନୀୟ ପରାଜୟକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଏଦିଗରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ।
-ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି