ମୁମ୍ବାଇ: ଲଣ୍ଡନସ୍ଥିତ ଭାରତୀୟ ଦୂତାବାସରେ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଉଠାଇଥିବା ଫଟୋକୁ ନେଇ ସୃଷ୍ଟି ହୋଇଥିବା ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ଗୁରୁବାର ଅନ୍ୟତମ ଭାରତୀୟ କ୍ରିକେଟର ରୋହିତ ଶର୍ମା ଏଥିରେ ଝାସ ଦେଇଛନ୍ତି। ରୋହିତ ପରୋକ୍ଷରେ ଖେଳାଳିଙ୍କ ପତ୍ନୀ ଏବଂ ପ୍ରେମିକାଙ୍କୁ ନେଇ ବିସିସିଆଇ ଆପଣାଉଥିବା ଦୋହରା ମାନଦଣ୍ଡକୁ ନିନ୍ଦା କରିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ସବାଶେଷ ଧାଡ଼ିରେ ଠିଆ ହୋଇଥିଲା ବେଳେ ଅନୁଷ୍କା କାହିଁକି ଏବଂ କେଉଁ କାରଣରୁ ଆଗଧାଡ଼ିରେ ଠିଆ ହୋଇଛନ୍ତି ବୋଲି ସଂପୃକ୍ତ ଫଟୋ ଉପରେ ମତ ଦେବାକୁ ଯାଇ ଜଣେ ପ୍ରଶଂସକ ଲେଖିଥିଲେ। ରୋହିତ ଏହାକୁ ଲାଇକ୍ କରି ସମର୍ଥନ ଜଣାଇଥିଲେ। ରୋହିତ ଦିନିକିଆ ଶୃଙ୍ଖଳାରେ ଭଲ କରିବା ସତ୍ତ୍ୱେ ଟେଷ୍ଟ୍ ଦଳରେ ସ୍ଥାନ ପାଇ ନଥିଲେ। ସଂପ୍ରତି ଭାରତରେ ଅଭ୍ୟାସ ଚଳାଇଥିବା ରୋହିତଙ୍କ ଏହି ଗୋଟିଏ ଲାଇକ୍ କିନ୍ତୁ ଭାରତୀୟ କ୍ରିକେଟ୍ରେ ଆଲୋଡ଼ନ ସୃଷ୍ଟି କରିଛି। ସେପଟେ ଅନୁଷ୍କା ଆଗଧାଡ଼ିରେ ରହିବା ନେଇ କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି। ରାଷ୍ଟ୍ରଦୂତ ଏବଂ ତାଙ୍କ ପତ୍ନୀଙ୍କ ଆମନ୍ତ୍ରଣକ୍ରମେ ଅନୁଷ୍କା ସେଠାକୁ ଯାଇଥିଲେ। ଏହା ଭାରତୀୟ ଦଳର କୌଣସି ନିଜସ୍ୱ କାର୍ଯ୍ୟକ୍ରମ ନଥିଲା ବୋଲି ସେ କହିଛନ୍ତି।
ଫଟୋ ବିବାଦରେ ଝାସ ଦେଲେ ରୋହିତ
/sambad/media/post_attachments/wp-content/uploads/2017/11/17-Rohit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)