ଷ୍ଡାଡିୟମରେ ଯବାନଙ୍କ ବଦଳରେ ଡିସପ୍ଲେ ହୋଇଗଲା ଆଡଲ୍ଟ ଷ୍ଟାରଙ୍କ ଫଟୋ

ନୂଆଦିଲ୍ଲୀ: ଆମେରିକାର ନାସନାଲ ଫୁଟବଲ ଲିଗ(ଏନଏଫଏଲ)ର ଏକ ଦଳକୁ ବହୁତ ଅପମାନିତ ହେବାକୁ ପଡ଼ିଛି। ଷ୍ଟାଡିୟମରେ ଲାଗିଥିବା ଡିସପ୍ଲେରେ ସେନା ଯବାନଙ୍କ ବଦଳରେ ଜଣେ ଆଡଲ୍ଟ ଫିଲ୍ମ ଷ୍ଟାରଙ୍କ ଫଟୋ ଦେଖାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଘଟଣା ଗତ ରବିବାର ମିନେସୋଟା ୱାଇକିଙ୍ଗସ ଓ ଡଲାସ କାଉବାୟଙ୍କ ମଧ୍ୟରେ ଚାଲିଥିବା ମ୍ୟାଚ ସମୟରେ ହୋଇଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

ମ୍ୟାଚର କିଛିଦିନ ପୂର୍ବରୁ ଆମେରିକା ନାସନାଲ ଫୁଟବଲ ଲିଗର ଟିମ ୱାଇକିଙ୍ଗସ ନିଜର ଟୁଇଟର ପେଜରେ ନିଜର ପ୍ରଶଂସକଙ୍କୁ ସେନାରେ ସେବା ଦେଉଥିବା ପରିବାରର କୌଣସି ସଦସ୍ୟ ତଥା ସାଙ୍ଗମାନଙ୍କ କାହାଣୀ ସେୟାର କରିବାକୁ କହିଥିଲେ। ଦଳ ଏହି ଯବାନମାନଙ୍କୁ ସମ୍ମାନୀତ କରିବାକୁ ଯୋଜନା କରିଥିଲେ, କିନ୍ତୁ ଏହି ଫଟୋ ନକଲି ବାହାରିଲା। ଯାହାକି ଇଣ୍ଟରନେଟରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି।

ୱାଇକିଙ୍ଗସ ଟୁଇଟ କରି କହିଛି, ‘ଆମେ ନିଜର ଦେଶର ସେବା କରୁଥିବା ସଦସ୍ୟ, ସହିଦ ଓ ତାଙ୍କ ପରିବାରଲୋକଙ୍କୁ ଖେଳ ସମୟରେ ସମ୍ମାନୀତ କରୁଛୁ। ଟିମ ପ୍ରଶଂସକଙ୍କୁ # #SkolSalute ହାସଟ୍ୟାଗ ବ୍ୟବହାର କରି ନିଜର ପ୍ରିୟଜନକଙ୍କ ଫଟୋ ଓ କାହାଣୀ ସେୟାର କରିବାକୁ ଅନୁରୋଧ କରିଥିଲେ। ଯେଉଁମାନେ ଦେଶର ସେବା କରିଥିଲେ ଅଥବା ସେବା କରୁଛନ୍ତି। ଏଥିସହିତ ଟିମ ତାଙ୍କ ପ୍ରଶଂସକଙ୍କୁ ଦୁଇଟି ଟିକେଟ ବି ଦେଇଥିଲେ। ଆଉ କହିଥିଲେ ଆପଣ ସେୟାର କରିଥିବା ଫଟୋ ଓ କାହାଣୀ ଷ୍ଡାଡିୟମ ବୋର୍ଡରେ ପ୍ରଦର୍ଶନ କରାଯିବ।’

ଏହାପରେ କାଇଲ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଟୁଇଟକୁ ସ୍କ୍ରିନରେ ଦେଖାଇଥିଲେ। ଯେଉଁଥିରେ ମିଲିଟ୍ରି ୟୁନିଫର୍ମ ପିନ୍ଧିଥିବା ଜଣେ ଆଡଲ୍ଟଷ୍ଟାର ଜନି ସିନ୍ସଙ୍କ ଫଟୋ ଦୃଶ୍ୟମାନ ହୋଇଥିଲା।  ଏଥିରେ ଲେଖାଥିଲା, ଇଏ ହେଉଛନ୍ତି ମୋର ସମ୍ପର୍କୀୟ ଭାଇ ଜୋଏଲଙ୍କ ଫଟୋ, ଯିଏ ସେନାରେ ସେବା ଦେଇଥିଲେ।’

ଏହି ଫଟୋ ଡିସପ୍ଲେରେ ଆସିବାର କିଛି ସମୟ ପରେ ଭାଇରାଲ ହୋଇଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର