ଫୁଲବାଣୀ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌:ଚିତ୍ତ-ଋଷି ବିଜେତା

ଫୁଳବାଣୀ: କନ୍ଧମାଳ ଇନଡୋର ଷ୍ଟାଡିୟମରେ ଫୁଲବାଣୀ ସଟଲର୍ସ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ଦ୍ବିତୀୟ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଯୁଗଳ ଫାଇନାଲରେ କଟକର ଚିତ୍ତରଂଜନ ଶତପଥୀ ଓ ଋଷି ଅଗ୍ନିହୋତ୍ରୀ ୨-୧ରେ ସମ୍ବୁଲପୁରର ପ୍ରମୋଦ ରଣା‌ ଓ ସୌରଭ ଭୂୟାଁଙ୍କୁ ହରାଇ ବିଜେତା ହୋଇଥିଲେ। ସୋନପୁରର ପ୍ରକାଶ ମୁଦୁଲି ଓ ଅଭୟ ସାହୁ ଯୋଡ଼ି ତୃତୀୟ ଏବଂ ବ୍ରହ୍ମପୁରର ଜେତା ଓ ମୁନା ଯୋଡ଼ି ଚତୁର୍ଥ ସ୍ଥାନରେ ରହିଥିଲେ। ରୂପକ ମହାନ୍ତି ଓ ସ୍ବରୂପ ନାୟକ ରେଫରୀ ଦାୟିତ୍ବ ନିର୍ବାହ କରିଥିଲେ। ଶେଷରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ମୁଖ୍ୟ ଅତିଥି ଭାବେ ଯୋଗ ‌ଦେଇ ବିଜେତା ଦଳକୁ ୧୬ ହଜାର, ଉପବିଜେତା ଦଳକୁ ୧୨ ହଜାର, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିବା ଦଳକୁ ଯଥାକ୍ରମେ ୮ ଓ ୪ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର