ରାହୁଲ୍-ଗେଲଙ୍କ ଚମକପ୍ରଦ ବ୍ୟାଟିଂ, ୯ ଉଇକେଟରେ ମୁମ୍ବାଇକୁ ହରାଇଲା ପଞ୍ଜାବ

ଚେନ୍ନାଇ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)୨୦୨୧ର ୧୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ଫଳରେ ମଧ୍ୟକ୍ରମ ବିପର୍ଯ୍ୟୟ ପାଇଁ ଚିନ୍ତାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ଫେରିପାରି ନାହିଁ। ମୁମ୍ବାଇ ଦେଇଥିବା ୧୩୨ ରନର ବିଜୟ ଲକ୍ଷ୍ୟକୁ ମାତ୍ର ଗୋଟିଏ ଉଇକେଟ୍ ହରାଇ ହାସଲ କରିଛି ପଞ୍ଜାବ। ପଞ୍ଜାବ ଦଳ ପକ୍ଷରୁ ଅଧିନାୟକ କେ.ଏଲ୍. ରାହୁଲ୍ ଏବଂ କ୍ରିସ ଗେଲଙ୍କ ଚମକପ୍ରଦ ବ୍ୟାଟିଂ ଦଳକୁ ସହଜ ବିଜୟ ଦେଇଛି। ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ପଞ୍ଜାବ। ରାହୁଲ୍  ସର୍ବାଧିକ ୬୦ (୫୨)  ରନ୍ କରିଥିବା ବେଳେ କ୍ରିସ୍ ଗେଲ୍ ୪୩ (୩୫) କରି ଦଳର ବିଜୟକୁ ସୁଗମ କରିଥିଲେ।

ଶୁକ୍ରବାର ପଂଜାବ୍‌ କିଙ୍ଗସ୍ ଅଧିନାୟକ କେଏଲ୍‌ ରାହୁଲ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍‌ସ ବ୍ୟାଟିଂ କରିଥିଲା। ରୋହିତ ଶର୍ମା ଏବଂ କ୍ବିଣ୍ଟନ୍‌ ଡି’କକ୍‌ ଇନିଂସ ଆରମ୍ଭ କରିଥିଲେ। ପଂଜାବର ବୋଲର ଦୀପକ ହୁଡ଼ା ଅତି ସହଜରେ କ୍ବିଣ୍ଟନ୍‌ ଡି’କକ୍‌(୩ରନ୍‌)ଙ୍କୁ ଆଉଟ କରିଥିଲେ। ପଂଜାବ ଦଳ ଆଜି ବୋଲିଂ ଏବଂ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୩୧ ରନ୍‌ରେ ଅଟକି ଯାଇଥିଲା।

ସମ୍ବନ୍ଧିତ ଖବର