ଅଷ୍ଟ୍ରେଲିଆରେ ଗୋଲାପି ବଲ୍‌ ଟେଷ୍ଟ୍‌ ଆମ ପାଇଁ ଆହ୍ବାନ ହେବ: ରୋହିତ

ଅଷ୍ଟ୍ରେଲିଆରେ ଗୋଲାପି ବଲ୍‌ ଟେଷ୍ଟ୍‌ ଆମ ପାଇଁ ଆହ୍ବାନ ହେବ: ରୋହିତ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଚଳିତ ବର୍ଷ ବିରାଟ କୋହଲିଙ୍କ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବାର ସୂଚୀ ରହିଛି। ସେହି ଗସ୍ତରେ ୪ ଟେଷ୍ଟ୍‌ ଖେଳିବାକୁ ଥିଲା ବେଳେ ଦ୍ବିତୀୟ ଟେଷ୍ଟ୍‌ ଆଡିଲେଡ୍‌ରେ ଡିସେମ୍ବର ୧୧ ତାରିଖରୁ ଦିବାରାତ୍ର ଭିତ୍ତିରେ ଖେଳାଯିବ। ଫଳରେ ଏହି ଟେଷ୍ଟ୍‌ରେ ଗୋଲାପି ବଲ୍‌ର ବ୍ୟବହାର ହେବ। ହେଲେ ଅଷ୍ଟ୍ରେଲିଆରେ ଗୋଲାପି ବଲ୍‌ ଟେଷ୍ଟ୍‌ ଆମ ପାଇଁ ଆହ୍ବାନଭରା ରହିବ ବୋଲି କହିଛନ୍ତି ଭାରତର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା। ଅଷ୍ଟ୍ରେଲିଆରେ ଗୋଲାପି ବଲ୍‌ ଟେଷ୍ଟ୍‌ ପାଇଁ କିଭଳି ପ୍ରସ୍ତୁତି କରିଛ ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ରୋହିତ କହିଛନ୍ତି ନିଶ୍ଚିତ ପକ୍ଷେ ଆହ୍ବାନ ହେବ। ପ୍ରଶଂସକଙ୍କ ସହ ଏହି ବାର୍ତାଳାପ ବେଳେ ରୋହିତ ମଧ୍ୟ କହିଥିଲେ ଯେ ସେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଏବଂ ଇଂଲଣ୍ଡର ଜାସନ୍‌ ରୟଙ୍କ ବ୍ୟାଟିଂକୁ ଖୁବ୍‌ ଉପଭୋଗ କରନ୍ତି। ପ୍ରଥମ ଟେ‌ଷ୍ଟ୍‌ ଡିସେମ୍ବର ୩ରୁ ବ୍ରିସ୍‌ବନ୍‌ ଏବଂ ତୃତୀୟ ଓ ଚତୁର୍ଥ ଟେଷ୍ଟ୍‌ ଯଥାକ୍ରମେ ଡିସେମ୍ବର ୨୬ ଓ ଜାନୁଆରି ୩ ତାରିଖରୁ ମେଲ୍‌ବର୍ନ ଓ ସିଡ୍‌ନିରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର