କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ଆଜିଠାରୁ ଗୋଲାପି ଟେଷ୍ଟ୍‌

କୋଲକାତା : କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ଶୁକ୍ରବାର ନୂଆ ଇତିହାସ ଲେଖାହେବ। ଭାରତୀୟ କ୍ରିକେଟ୍ ଦଳ ଆସନ୍ତାକାଲିଠାରୁ ଏଠାରେ ନିଜର ପ୍ରଥମ ଦିବା ରାତ୍ର ଟେଷ୍ଟ୍‌ ଖେଳିବ। ମାଇଲଖୁଣ୍ଟ ମ୍ୟାଚ୍‌ଟି ଗୋଲାପି ବଲ୍‌ରେ ଖେଳାଯିବ। ଯାହା ଭାରତୀୟ କ୍ରିକେଟ୍ ଦଳ ପାଇଁ ପ୍ରଥମ ଅଭିଜ୍ଞତା ହେବ। ପ୍ରତିପକ୍ଷ ବାଂଲାଦେଶ ମଧ୍ୟ ପ୍ରଥମ ଥର ପାଇଁ ଗୋଲାପି ବଲ୍ କ୍ରିକେଟ୍ ଖେଳିବ। ଏହି ଦ୍ବାଦଶ ଦିବା ରାତ୍ର ଟେଷ୍ଟ୍‌କୁ ଭାରତ ସପ୍ତମ ଦେଶ ଭାବେ ଆୟୋଜନ କରିବ। ଦିବା ରାତ୍ର ଟେଷ୍ଟ୍‌ରେ ଅଧିନାୟକତ୍ବ କରିବାରେ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହେବେ। ବହୁ ପ୍ରତୀକ୍ଷିତ ମ୍ୟାଚ୍ ଅପରାହ୍ନ ଗୋଟାଏରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର