କୋଲ୍କାତା: କୋଲ୍କାତାର ଇଡେନ ଗାର୍ଡେନ୍ସରେ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ଲାଗି ଲୋକଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଜାତୀୟ କ୍ରିକେଟ୍ ଏକାଡେମି ମୁଖ୍ୟ ରାହୁଲ ଦ୍ରାବିଡ଼ କହିଛନ୍ତି, ଗୋଲାପି ବଲ୍ ଟେଷ୍ଟ୍ ଲୋକଙ୍କୁ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଆକୃଷ୍ଟ କରିଛି। ଏହା ଅନେକ ମଧ୍ୟରେ ଗୋଟିଏ ଯାହା ଦେଶରେ ଟେଷ୍ଟ୍ କ୍ରିକେଟ୍ ଦେଖିବା ପାଇଁ ଷ୍ଟାଡିୟମରେ ଲୋକଙ୍କ ଉପସ୍ଥାନ ବୃଦ୍ଧି କରିବ। ତେବେ ଟେଷ୍ଟ୍ କ୍ରିକେଟକୁ ନବଯୌବନ ରୂପ ଦେବା ପାଇଁ ଗୋଲାପି ବଲ୍ ଏକମାତ୍ର ସମାଧାନ ନୁହେଁ। ଯଦି କେବଳ କାକରକୁ ନିୟନ୍ତ୍ରଣ କରିପାରିବା ତେବେ ଗୋଲାପି ବଲ ଟେଷ୍ଟ୍ ଭାରତର ବାର୍ଷିକ ସୂଚୀରେ ସ୍ଥାନ ପାଇଯିବ। କିନ୍ତୁ ଲୋକମାନେ କାହିଁକି ଟେଷ୍ଟ୍ କ୍ରିକେଟରୁ ମୁହଁ ଫେରାଉଛନ୍ତି ତାହା ବୁଝିବା ପାଇଁ ଏହାର ଅନ୍ୟ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଷ୍ଟାଡିୟମରେ ଦର୍ଶକ ତଥା ପ୍ରଶଂସକଙ୍କ ପାଇଁ ଯଥାସମ୍ଭବ ସୁବିଧା ଯୋଗାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଶୌଚାଳୟ, ବସିବା ବ୍ୟବସ୍ଥା ଓ ପାର୍କିଂ ଭଳି ମୌଳିକ ସୁବିଧା ଉପରେ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଦ୍ରାବିଡ଼ କହିଛନ୍ତି। ଏହା ସହିତ ଇଂଲଣ୍ଡ-ଅଷ୍ଟ୍ରେଲିଆ ଭଳି ନିର୍ଦ୍ଧାରିତ ସମୟରେ ଟେଷ୍ଟ୍ ଆୟୋଜନ କରିପାରିଲେ କ୍ରିକେଟ୍ପ୍ରେମୀ ପୂର୍ବରୁ ମ୍ୟାଚ୍ ଦେଖିବା ଲାଗି ଯୋଜନା କରିପାରିବେ। ସୂଚନାଯୋଗ୍ୟ, କୋଲକାତା ଟେଷ୍ଟ୍ର ପ୍ରଥମ ତିନିଦିନ ପାଇଁ ସମସ୍ତ ଅନ୍ଲାଇନ ଟିକେଟ୍ ବିକ୍ରି ହୋଇସାରିଛି।
ଟେଷ୍ଟ୍ କ୍ରିକେଟର ପୁନରୁଦ୍ଧାର ପାଇଁ ଗୋଲାପି ବଲ୍ ଏକମାତ୍ର ସମାଧାନ ନୁହେଁ: ଦ୍ରାବିଡ଼
/sambad/media/post_attachments/wp-content/uploads/2019/04/rahul-dravid_806x605_61517904809.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)