ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହାର ଷ୍ଟାର ବୋଲର ପୀୟୁଷ ଚାୱଲା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୀୟୁଷ ଚାୱଲା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ସେ କହିଛନ୍ତି ଯେ, 'ଗତ ଆଇପିଏଲ୍ ସିଜିନରେ କମେଣ୍ଟ୍ରି କରୁଥିଲି | ସେତେବେଳେ ମୋ ମନରେ ଅନେକ କଥା ଚାଲିଥିଲା | ପୀୟୁଷ ଚାୱଲା କହିଛନ୍ତି ଯେ ସେ ଗତ ଆଇପିଏଲ୍ ସିଜିନରେ କମେଣ୍ଟ୍ରି କରୁଥିଲି। ମୋ ପୁଅ ବଡ ହେଉଥିଲା, ସେ ଆଇପିଏଲ୍ ମ୍ୟାଚ୍ ଦେଖୁଥିଲା |
ଏହି କାରଣରୁ ମୋର ପରିବାର ସଦସ୍ୟମାନେ ଚାଁହୁଥିଲେ ଯେ ମୁଁ କିଭଳି ପୁଣି ଆଇପିଏଲରେ ଖେଳେ | ସମସ୍ତେ ମୁଁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ | ତେଣୁ ଏଥର ମୁଁ ଆଇପିଏଲରେ ଖେଳୁଛି | ଏହା ମୋ ପାଇଁ ଏକ ଭିନ୍ନ ପ୍ରକାରର ଅନୁଭବ | ବର୍ତ୍ତମାନ ମୋ ପୁଅ ମୋତେ ଖେଳୁଥିବାର ଦେଖୁଛି | ଏହା ବ୍ୟତୀତ, ଆମେ ଉଭୟ ମ୍ୟାଚ୍ ପରେ ହୋଇଥିବା ତ୍ରୁଟିକୁ ନେଇ ଆଲୋଚନା କରୁ |
ଉଲ୍ଲେଖନୀୟ କଥା ହେଉଛି, ଆଇପିଏଲ୍ ୨୦୨୩ରେ ପୀୟୁଷ ଚାୱଲାଙ୍କର ଖୁବ ଭଲ ପ୍ରଦର୍ଶନ ରହିଛି | ଚଳିତ ସିଜନରେ ଏପର୍ଯ୍ୟନ୍ତ ପୀୟୁଷ ଚାୱଲା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୨ଟି ମ୍ୟାଚରେ ୧୯ଟି ୱିକେଟ୍ ନେଇଛନ୍ତି। ସେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ୨୦୨୩ ଆଇପିଏଲ୍ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ପୀୟୁଷ ଚାୱଲାଙ୍କୁ ୫୦ ଲକ୍ଷ ଟଙ୍କା ମୂଲ୍ୟରେ ସେମାନଙ୍କ ଟିମରେ ସାମିଲ କରିଥିଲା |