‘ପ୍ଲାଙ୍କ୍‌ ଫର୍‌ ଇଣ୍ତିଆ’ ଅଭିଯାନରେ ଦୌଡ଼ରାଣୀ ଦୂତି ଚାନ୍ଦ

ଭୁବନେଶ୍ବର : ଦୌଡ଼ରାଣୀ ଦୂତି ଚାନ୍ଦ ବଜାଜ ଆଲିଆଂଜ ‘ପ୍ଲାଙ୍କ୍‌ ଫର୍‌ ଇଣ୍ତିଆ’ ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଭାରତର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ସହାୟତା ପ୍ରଦାନ କରିବା। ଦୂତି ସୋସିଆଲ ମିଡିଆରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି ଏବଂ ନିଜର ହଜାର ହଜାର ଅନୁଗାମୀ (ଫଲୋଅର)ଙ୍କୁ ଏହି ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ସାମ୍ନା କରି ଶୀର୍ଷ ସ୍ଥାନରେ ପହଂଚିଥିବା ଦୂତି ଏହି ଅଭିଯାନକୁ ଏଥିପାଇଁ ସମର୍ଥନ କରିଛନ୍ତି ଯେ ଏହା ଦେଶର ଉଦୀୟମାନ କ୍ରୀଡ଼ାବିତଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ପ୍ରତିଟି ପ୍ଲାଙ୍କ ପାଇଁ ବଜାଜ ଆଲିଆଂଜ୍ ଲାଇଫ୍ ଆର୍ଥିକ ସହାୟତା ପ୍ରଦାନ କରିବ। ଯାହା ଭାରତର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କ ପ୍ରଶିକ୍ଷଣ ଓ ବିକାଶରେ ବ୍ୟବହାର କରାଯିବ। ଏହି ଅଭିଯାନକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ଲାଗି କଂପାନି ପକ୍ଷରୁ ଗତ ସପ୍ତାହରେ ଏକ ଭିଡିଓ ଜାରି କରାଯାଇଥିଲା। ଏହି ପ୍ଲାଙ୍କ ଫର୍‌ ଇଣ୍ତିଆ ଅଭିଯାନ ଲାଗି ଏତିକି କରିବାକୁ ହେବ: ଶରୀରକୁ ପ୍ଲାଙ୍କ ଶୈଳୀରେ ରଖିବାକୁ ହେବ। ପ୍ଲାଙ୍କର ଫଟୋ କିମ୍ବା ଭିଡିଓ ପ୍ରସ୍ତୁତ କରିବାକୁ ହେବ। ସେହି ଫଟୋ କିମ୍ବା ଭିଡିଓକୁ ଫେସ୍‌ବୁକ/ଇନ୍‌ଷ୍ଟାଗ୍ରାମ/ଟ୍ବିଟର/ଲିଙ୍କେଡିନ୍‌ରେ ପୋଷ୍ଟ କରିବାକୁ ହେବ। ପ୍ଲାଙ୍କ ଫର୍‌ ଇଣ୍ତିଆ ହାସଟ୍ୟାଗ୍ ବ୍ୟବହାର କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର