ଭୁବନେଶ୍ବର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ (୨୧ ବର୍ଷରୁ କମ୍)ରେ ଉନ୍ନତ ପ୍ରଦର୍ଶନ କରି କ୍ରୀଡ଼ା ଛାତ୍ରାବାସ ଭୁବନେଶ୍ବର ନାଁରେ ଖେଳୁଥିବା ଓଡ଼ିଶା ଦଳ। ଏହା କରି କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ୮ ଦଳୀୟ ନକଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଦୁଇଟି ମ୍ୟାଚ୍ ଜିତିଥିବା ଓଡ଼ିଶା ସୋମବାରର ନିର୍ଣ୍ଣାୟକ ଶେଷ ଲିଗ୍ ମୁକାବିଲାରେ ମୁମ୍ବାଇ ବିଦ୍ୟାଳୟ କ୍ରୀଡ଼ା ସଂଘକୁ ଏକତରଫା ଭାବେ ୫-୦ ଗୋଲ୍ରେ ପରାସ୍ତ କରି ଏହି ସଫଳତା ଲାଭ କରିଛି। ଆଜିର ଏହି ମ୍ୟାଚ୍ରେ ଓଡ଼ିଶା ଖେଳାଳିମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲେ। ଅଧିନାୟିକା ରୋଜିତା କୁଜୁରଙ୍କ ଯୁଗଳ ଗୋଲ୍ ସହ ଆରତି ବିଲୁଙ୍ଗ, ନେହା ଲାକ୍ରା ଏବଂ ଆତେନ ଟପ୍ନୋଙ୍କ ଗୋଟିଏ ଲେଖାଏଁ ଗୋଲ୍ ବଳରେ ଓଡ଼ିଶା ଦଳ ସହଜ ବିଜୟ ହାସଲ କରିଥିଲା। ତା’ ସହ ୫ ମ୍ୟାଚ୍ରୁ ୩ ବିଜୟ ଏବଂ ୨ ଡ୍ର’ ସହ ୧୧ ପଏଣ୍ଟ ଅର୍ଜନ କରି ପୁଲ୍ ବି’ର ଦ୍ବିତୀୟ ସ୍ଥାନରେ ରହି ତୃତୀୟ ପର୍ଯ୍ୟାୟ ବା ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଏହି ଗ୍ରୁପ୍ରେ ଥିବା ଓଡ଼ିଶା ନାଭାଲ ଟାଟା ଏଚ୍ପିସି ୫ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ପୁଲ୍ ବି’ର ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ପ୍ରତି ଗ୍ରୁପ୍ରୁ କେବଳ ଶୀର୍ଷ ୪ ଦଳ ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରୁଥିବାରୁ ଆଗକୁ ବଢ଼ିବାରୁ ବଞ୍ଚିତ ହୋଇଥିଲା। ଓଡ଼ିଶା ମୁଖ୍ୟ ପ୍ରଶିକ୍ଷକ ତଥା ଅଲିମ୍ପିଆନ୍ ଲାଜରୁସ ବାର୍ଲାଙ୍କ ମାର୍ଗଦର୍ଶନରେ ଏହି ସଫଳତା ଲାଭ କରିଛି। ସୁଜିତ ଲାକ୍ରା ସହକାରୀ ପ୍ରଶିକ୍ଷକ, କଲୋଳ ମୁଖାର୍ଜୀ ପ୍ରବନ୍ଧକ, ସୋଭେନ୍ କୁମାର ଫିଜିଓ ଏବଂ ଉପାସନା ଯାଦବ ଟ୍ରେନର ଦାୟିତ୍ବରେ ଥିଲେ।
ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍: ଓଡ଼ିଶା ନକଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ
/sambad/media/post_attachments/wp-content/uploads/2022/03/fsh4sf65h4654hf56fhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)