ଖେଲୋ ଇଣ୍ଡିଆ ମହିଳା ଲିଗ୍: ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ବର: ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ନାଁରେ ଖେଳୁଥିବା ଓଡ଼ିଶା ଦଳ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ୍ ମହିଳା ହକି ଲିଗ୍ ପ୍ରତିଯୋଗିତାରେ ଉପବିଜେତାରେ ସନ୍ତୁଷ୍ଟ ରହିଛି। ବୁଧବାର ଚୂଡାନ୍ତ ପର୍ଯ୍ୟାୟର ଫାଇନାଲ୍‌ରେ ଲାଜରୁଶ ବାର୍ଲାଙ୍କ ପ୍ରଶିକ୍ଷିତ ଏହି ଓଡ଼ିଶା ଦଳ ୦-୫ ଗୋଲ୍‌ରେ ସୋନେପତର ପ୍ରୀତମ ହକି ଏକାଡେମୀ ନିକଟରୁ ହାରି ରୌପ୍ୟ ପଦକ ହାସଲ କରିଛି। ବିଜେତା ଦଳ ପକ୍ଷରୁ ମଞ୍ଜୁ ଚୋରଶିଆ (୧୩ ଓ ୪୫ ମିନିଟ୍‌) ଦୁଇଟି, ଅଧିନାୟିକା ଭାରତୀ ସରୋହା (୧୧ ମିନିଟ୍‌), ଋତ୍ବିକା (୪୧ ମିନିଟ୍‌) ଏବଂ ତନୁ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍‌ଙ୍କଠାରୁ ଉପବିଜେତା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଦଳ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର