ଖେଳିଲା ମେର୍ଲିନ୍‌ ମେସିନ୍‌

ପ୍ରଥମ ମ୍ୟାଚ୍‌ରେ ମଙ୍ଗଳବାର କୁଲଦୀପଙ୍କ ସ୍ପିନ୍‌ରେ ଫସିଯିବା ପରେ ଇଂଲଣ୍ଡ ଦଳ ଏବେ ନୂଆ କୌଶଳ ଆପଣାଇଛି। କାର୍ଡିଫ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳିମାନେ ସ୍ପିନ୍‌ ବୋଲିଂ ମେସିନ୍‌ ‘ମେର୍ଲିନ୍‌’ର ବ୍ୟବହାର କରିଛନ୍ତି। ଇଂଲଣ୍ଡରେ ପାରମ୍ପରିକ କଚଟି ସ୍ପିନର୍‌ଙ୍କ ଅଭାବ କାରଣରୁ ସେମାନେ କିଭଳି କୁଲଦୀପଙ୍କୁ ମୁକାବିଲା କରିବେ ଚିନ୍ତାରେ ପଡ଼ିବାରୁ ଏଭଳି ମେସିନ୍‌ର ସହାୟତା ନେଇଛନ୍ତି। ଏହା ସ୍ପିନ୍‌ ବୋଲିଂର ବିବିଧତା ଭରା ବୋଲିଂ କରିବା କ୍ଷମତା ରଖିଛି। ଶେଷ ଥର ପାଇଁ ଇଂଲଣ୍ଡ ୨୦୦୫ ମସିହା ଆସେସ୍‌ରେ ସେନ୍‌ ଓ୍ଵର୍ନଙ୍କ ମୁକାବିଲା କରିବାକୁ ଯାଇ ଏଭଳି ମେସିନ୍‌ରେ ଅଭ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର