କଟକ: ଭାରତରେ ଟେବୁଲ ଟେନିସ୍‌ର ଭବିଷ୍ୟତ ଉଜ୍ବଳ ରହିଛି। କାରଣ ପୂର୍ବରୁ ଆମକୁ ଏତେ ଏକ୍ସପୋଜର ମିଳୁନଥିଲା। ବାହାରକୁ ଖେଳିବାକୁ ଯାଇପାରୁନଥିଲୁ। ହେଲେ ଏବେ ଭାରତୀୟ ମହାସ˚ଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣର ସହାୟତା ଯୋଗୁଁ ପ୍ରାୟୋଜକ ମିଳୁଛନ୍ତି। ଏବେ ଆମେ ବିଭିନ୍ନ ଦେଶକୁ ଯାଇ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରୁଛୁ। ଏହାଦ୍ବାରା ମ୍ୟାଚ୍‌ ଅଭ୍ୟାସ ହେଉଥିବାରୁ ଆମର ଆତ୍ମବିଶ୍ବାସ ବଢୁଛି ବୋଲି ଭାରତୀୟ ଟେବୁଲ୍‌ ଟେନିସ୍‌ରେ ସର୍ବାଧିକ ସମୟ ଧରି ଖେଳି ଆସୁଥିବା ବରିଷ୍ଠ ଖେଳାଳି ମୌମା ଦାସ ପ୍ରତିକ୍ରିୟା ଦେଇଛନ୍ତି। ଏକାଧିକ ମ୍ୟାଚ୍‌ ଅଭ୍ୟାସ ଯୋଗୁଁ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମେ ପଦକ ଜିତିପାରିଛୁ। ଏଭଳି ଧାରା ଜାରି ରହିଲେ ଆଗକୁ ଅଲମ୍ପିକ୍ସରେ ମଧ୍ୟ ପଦକ ମିଳିବା ନେଇ ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ଏହି ଖେଳ ପାଇଁ ଏବେ ଭିତ୍ତିଭୂମି ଭଲ ରହିଛି। କେବଳ ଆନ୍ତର୍ଜାତିକ ସ୍ତରରେ ଆଗକୁ ବଢିବାକୁ ହେଲେ ଆଉଟିକେ ଉନ୍ନତ ହେବାକୁ ପଡ଼ିବ। ବିଦେଶର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ଖେଳିବାକୁ ମୌକା ମିଳିଲେ ବଡ଼ ମ୍ୟାଚର ପ୍ରସ୍ତୁତି ସ˚କ୍ରାନ୍ତରେ କିଛି ଶିଖିବାକୁ ମିଳିବ। ସବୁବେଳେ ନିଜ ଦେଶର ଖେଳାଳିଙ୍କ ସହ ଖେଳିଲେ ଆମ ଗତି ସମାନ୍ତରାଳ ରହିବ। ହେଲେ ଶୀର୍ଷ ଖେଳାଳିଙ୍କ ସହ ଖେଳିଲେ ଗତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏବେ ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ୨୦୨୦ ଅଲିମ୍ପିକ୍ସ ପାଇଁ ଏମାନଙ୍କ ଉପରେ ବିଶେଷ ନଜର ରହିବ। ସମସ୍ତଙ୍କୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ମୌମା କହିଛନ୍ତି।