ରାଞ୍ଚି: ଅଷ୍ଟ୍ରେଲିଆ ୧୮.୪ଓଭର ଖେଳି ୮ଓ୍ଵିକେଟ ହରାଇ ୧୧୮ରନ୍‌ ସଂଗ୍ରହ କରିଛି। ବର୍ଷା ଯୋଗୁଁ ମ୍ୟାଚ ଅଟକି ରହିଛି। ସ୍ଥାୟୀ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ଅନୁପସ୍ଥିତିରେ ଖେଳୁଥିବା ଅଷ୍ଟ୍ରେଲିଆ ୮୯ ରନ୍‌ ସଂଗ୍ରହ କରିବା ପରେ ୫ଟି ଓ୍ଵିକେଟ ହରାଇ ସାରିଥିଲା। ଭାରତର ଯୁବ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ହରାଇ ଥିଲା। ୨ୟ ଓ୍ଵିକେଟରେ ଭଲ ଭାଗିଦାରୀ ବ୍ୟତୀତ ପରେ ଅଷ୍ଟ୍ରେଲିଆର ଖେଲାଳିମାନେ ବେଶୀ ସମୟ ପର୍ଯ୍ୟନ୍ତ ପଡ଼ିଆରେ ଛିଡ଼ା ହୋଇ ପାରି ନଥିଲେ। ଓ୍ଵିକେଟ ରକ୍ଷକ ଟିମ୍‌ ପାଇନ୍‌ (୧୭) ୧୬ଟି ବଲ ଖେଳି ଯଶପ୍ରିତ ବୁମରାଙ୍କ ୨ୟ ଶିକାର ହୋଇଥିଲେ। ସେହିଭଳି ବୁମରାଙ୍କ ୩ୟ ଶିକାର ହୋଇଥିଲେ କଲଟର ନିଲ(୧)। ମାତ୍ର ୨ଟି ବଲ ଖେଳିବା ପରେ ବୋଲ୍ଡ ହୋଇ କଲଟର ପାଭଲିୟନକୁ ଫେରି ଯାଇଥିଲେ। ଡାନିଏଲ ଖ୍ରୀଷ୍ଟିଆନ ୯ରନ୍‌ ସଂଗ୍ରହ କରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ।

Advertisment

ଅଷ୍ଟ୍ରେଲିଆର ପ୍ରଥମ ଓ୍ଵିକେଟ ୮ରନ୍‌(୦.୫ଓଭର)ରେ ପଡ଼ିଥିବା ବେଳେ, ୫୫ ରନ୍‌ (୬.୩ଓଭର)ରେ ୨ୟ ଓ୍ଵିକେଟ, ୭୬ ରନ୍‌ (୯.୫ଓଭର)ରେ ୩ୟ ଓ୍ଵିକେଟ, ୮୭ ରନ୍‌ (୧୨.୨ଓଭର)ରେ ୪ର୍ଥ ଓ୍ଵିକେଟ, ୮୯ ରନ୍‌ (୧୩.୩ଓଭର)ରେ ୫ମ ଓ୍ଵିକେଟ, ୧୧୧ ରନ୍‌ (୧୭.୧ଓଭର) ରେ ୬ଷ୍ଟ ଓ୍ଵିକେଟ ଓ ୧୧୩ ରନ୍‌ (୧୭.୪ଓଭର)ରେ ୭ମ ଓ୍ଵିକେଟ ପଡ଼ିଥିଲା। ସେହିଭଳି ୮ମ ଓ୍ଵିକେଟ ୧୧୪ରନ୍‌(୧୮.୧ଓଭର)ରେ ପଡ଼ିଥିଲା।