ଟେବୁଲ ଟେନିସ୍ ଖେଳିଲେ ଜାମିସନ୍

ସାଉଥମ୍ପଟନ୍: ବାରମ୍ବାର ବର୍ଷା ବ୍ୟାଘାତ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ଏକପ୍ରକାର ତା’ର ଚମକ ହରାଇ ଚାଲିଛି। ଏହି ବହୁ ପ୍ରତୀକ୍ଷିତ ମୁକାବିଲାର ପ୍ରଥମ ଦିନର ଖେଳକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା। ଦ୍ବିତୀୟ ଦିନରେ ପାଖାପାଖି ୬୫ ଓଭର ଖେଳ ହୋଇଥିଲେ ମଧ୍ୟ ଖରାପ ପାଗ ଓ ଆଲୋକ ଅଭାବ ପାଇଁ ଖେଳ ଦୁଇ ତିନି ଥର ବନ୍ଦ ରହିଥିଲା। ରବିବାର ତୃତୀୟ ଦିନରେ ବି ସଂପୂର୍ଣ୍ଣ ୯୦ ଓଭରର ଖେଳ ସମ୍ଭବ ହୋଇ ନଥିଲା। କେବଳ ୭୬.୩ ଓଭରର ଖେଳ ହିଁ ହୋଇ ପାରିଥିଲା। ସୋମବାର ଚତୁର୍ଥ ଦିନର ଖେଳ ପୁଣି ଥରେ ବିଳମ୍ବିତ ହୋଇଛି। ବର୍ଷା ହେବା ସହ ଆଲୋକ ଖେଳ ଉପଯୋଗୀ ନହେବାରୁ ପୁଣି ଥରେ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇ ପାରିନାହିଁ। ଭଲ କଥା ହେଲା ଆଇସିସି ଏକ ସଂରକ୍ଷିତ ଦିବସ ରଖିଛି।

ବର୍ଷା ବିତ୍ପାତ ପରେ ଏହାର ଉପଯୋଗ ହେବ ବୋଲି ମଧ୍ୟ ଏବେ ଜଳଜଳ ହୋଇ ଦେଖାଯାଉଛି। ସେପଟେ ବାରମ୍ବାର ଖେଳ ବନ୍ଦ ହେବା ଉଭୟ ଦଳର ଖେଳାଳିଙ୍କ ଧ୍ୟାନ ଭଘ୍ନ ହେଉଛି। ଖେଳରେ ଏକାଗ୍ରତା ରହୁନି। ସୋମବାର ଖେଳ ଆରମ୍ଭ ହେବା ଅହେତୁକ ବିଳମ୍ବିତ ‌ହେଉଥିବା ଦେଖି ନ୍ୟୁଜିଲାଣ୍ଡ ବୋଲର କାଇଲ ଜାମିସନ୍ ଟେବୁଲ ଟେନିସ୍ ଖେଳି ସମୟ କଟାଇଥିଲେ। ଏହାର ଭିଡିଓ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲା। ୫ ୱିକେଟ୍ ସଫଳତା ନେଇ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିବା ଜାମିସନଙ୍କ ଏହି ଭିଡିଓ ତଳେ କିୱି ଦଳ ଲେଖିଥିଲା ଯେ ହାମ୍ପସାୟାର ବାୱେଲକୁ କୋହଲା ପାଗ ଫେରିଲା ତେଣୁ ଏବେ ଟେବୁଲ ଟେନିସର ସମୟ।

ସମ୍ବନ୍ଧିତ ଖବର