ଖେଳାଳିଙ୍କୁ ମିଳିବନି ରେଳ ଯାତ୍ରାରେ ରିହାତି

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଦେଶରେ କ୍ରୀଡ଼ା ପ୍ରତି‌ଯୋଗିତା ଆୟୋଜନ ଲାଗି ଏସ୍‌ଓପି ଜାରି ହୋଇଥିଲା ‌‌ବେଳେ ରେଳ ମନ୍ତ୍ରାଳୟ ଦ୍ବାରା ଆରମ୍ଭରୁ ବ୍ୟତିକ୍ରମ କରାଯାଇଛି। ସୂତ୍ର ଅନୁଯାୟୀ ଜାତୀୟ ପ୍ରତିଯୋଗିତା ବ୍ୟତୀତ ସର୍ବଭାରତୀୟ କିମ୍ବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳି କିମ୍ବା ଦଳଗୁଡ଼ିକୁ ମିଳୁଥିବା ରେଳ ଟିକେଟ୍‌ ରିହାତିକୁ ବନ୍ଦ କରିଦିଆଯାଇଛି। ଖେଳାଳିମାନଙ୍କୁ ଯଦି ଟିକେଟ୍‌ ରିହାତି ନମିଳେ ତେବେ ଆଗାମୀ ଦିନରେ ପ୍ରତିଯୋଗିତା ଆୟୋଜନରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରା ଆଶଙ୍କା ବ୍ୟକ୍ତ କରିଛନ୍ତି।

ପୂରା ରେଳ ଭଡ଼ା ଦେଇ ଖେଳାଳିମାନଙ୍କୁ ବିଭିନ୍ନ ପ୍ରତିଯୋଗିତାକୁ ପଠାଇବା କ୍ରୀଡ଼ା ସଂଘ ତଥା ରାଜ୍ୟ ଅଲିମ୍ପିକ୍ସ ସଂଘ ନିକଟରେ ସେତିକି ସମ୍ବଳ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ରେଳ ମନ୍ତ୍ରାଳୟ ପକ୍ଷରୁ ଦୀର୍ଘଦିନ ହେବ ଜାତୀୟ ଖେଳରେ ଅଂଶଗ୍ରହଣ କରୁଥିବା ଖେଳାଳି ଏବଂ ଦଳକୁ ସ୍ଲିପର କ୍ଲାସ୍‌ରେ ୭୫ ପ୍ରତିଶତ, ପ୍ରଥମ ଶ୍ରେଣୀ ଓ ତୃତୀୟ ଏସିରେ ୫୦ ପ୍ରତିଶତ ଏବଂ ଦ୍ବିତୀୟ ଏସିରେ ୨୫ ପ୍ରତିଶତ ରିହାତି ଦିଆଯାଉଥିଲା। ଫଳରେ ଅଧିକ ସଂଖ୍ୟାରେ ଖେଳାଳି ପ୍ରତିଯୋଗିତାରେ ଭାଗ ନେବା ଲାଗି ଆଗ୍ରହ ‌େଦଖାଉଥିଲେ।

ସମ୍ବନ୍ଧିତ ଖବର