ମା’ ଙ୍କୁ ଉତ୍ସର୍ଗ କଲେ ଶ୍ରେଷ୍ଠ ଖେଳାଳି ଟ୍ରଫି

ଇଣ୍ତିଆନ୍‌ ଆରୋଜର ପ୍ରଥମ ବିଜୟର ମୁଖ୍ୟ ନାୟକ ସାଜିଥିବା ଆଶିଷ ରାଏ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ତେବେ ଏହି ଟ୍ରଫିକୁ ସେ ଦଳୀୟ ଖେଳାଳିଙ୍କୁ ଓ ମା’ଙ୍କୁ ଉତ୍ସର୍ଗ କରିଛନ୍ତି। ଋତୁର ପ୍ରଥମ ବିଜୟ ହୋଇଥିଲାବେଳେ ଆଶିଷ ମଧ୍ୟ ପ୍ରଥମ ଟ୍ରଫି ପାଇଛନ୍ତି। ତେଣୁ ଏଥିପାଇଁ ସେ ଉତ୍ସାହିତ ଅଛନ୍ତି ଓ ଆଗକୁ ଉନ୍ନତମାନର ଖେଳ ଜାରି ରଖିବେ ବୋଲି ପୁରସ୍କାର ପାଇବା ପରେ ପ୍ରତିକ୍ରିୟା ଦେଇଥିଲେ। ସେହିପରି ଏହି ବିଜୟରେ ଖେଳାଳିଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲାବେଳେ ମୋହନ ବାଗାନ ବିପକ୍ଷରେ ଖେଳିବା ବେଳକୁ ଆହୁରି ଭଳ ଖେଳିବାକୁ ଏହା ପ୍ରେରଣା ଯୋଗାଇବ ବୋଲି ପ୍ରଶିକ୍ଷକ ଫ୍ଲଏଡ୍‌ ପିଣ୍ଟୋ କହିଛନ୍ତି।

ସମ୍ବନ୍ଧିତ ଖବର