ହୋଟେଲ୍‌ରେ ଖେଳାଳିଙ୍କ ଗୋପନୀୟତା ଉଲ୍ଲଂଘନ: ପ୍ରତିବାଦ କଲା ଭାରତ

ବର୍ମିଂହାମ୍‌: ଭାରତୀୟ ଦଳ ରହୁଥିବା ହୋଟେଲ୍ ଭିତରେ କିଛି ଅତିଥିମାନେ ଖେଳାଳିଙ୍କ ଗୋପନୀୟତା ଉଲ୍ଲଂଘନ କରିବା ଖବର ଚର୍ଚାକୁ ଆସିଛି। ସମାନ ହୋଟେଲରେ ରହୁଥିବା ୩ ଜଣ ଭାରତୀୟ ଅତିଥିଙ୍କୁ ଏଥିପାଇଁ ଚେତାବନୀ ଦେବାକୁ ପଡ଼ିଛି। ବର୍ମିଂହାମର ହ୍ୟାତ୍ ରିଜେନ୍ସିରେ ଭାରତ ରହୁଥିବା ବେଳେ ଏମାନେ ଲବିରେ ଚିତ୍କାର କରିବା ଏବଂ ଭାରତୀୟ ଖେଳାଳିଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେବା ପରିପ୍ରେକ୍ଷୀରେ ସେମାନଙ୍କୁ ହୋଟେଲ୍‌ କର୍ତ୍ତୃପକ୍ଷ ଚେତାବନୀ ଦେଇଛି। ‌ହୋଟେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଭାରତୀୟ ଦଳକୁ ସେମାନଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ସୁରକ୍ଷିତ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ଅଶୋଭନୀୟ ଆଚରଣ ଦେଖାଇଲେ ତୁରନ୍ତ ତାଙ୍କୁ ହୋଟେଲରୁ ବିତାଡ଼ିତ କରିଦିଆଯିବ‌ ବୋଲି ମଧ୍ୟ କୁହାଯାଇଛି। ଭାରତୀୟ ଦଳ ଏହାକୁ ନେଇ ଚିନ୍ତିତ ନ ଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ପ୍ରତିବାଦ କରିଛି। ହୋଟେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର