ଖେଳ ଦେଖିଲେ ଭାରତୀୟ ଖେଳାଳି

ବେଲ୍‌ଜିୟମ ଗ୍ରୁପ୍‌ ‘ଏ’ର ଶୀର୍ଷ ସ୍ଥାନରେ ରହିବ ବୋଲି ଭାରତୀୟ ହକି ଦଳ ପୂର୍ବରୁ ଆକଳନ କରି ନେଇଥିଲା। ଗ୍ରୁପ୍‌-ବିର ଶେଷ ସ୍ଥାନରେ ରହିଥିବାରୁ କ୍ୱାର୍ଟରରେ ବେଲଜିୟମ ସହ ଭେଟ ହେବ ବୋଲି ଠଉରାଇ ନେଇଥିଲା। ସେଥିପାଇଁ ମଙ୍ଗଳବାରର ବେଲ୍‌ଜିୟମ-ନେଦରଲାଣ୍ଡ୍‌ ଦ୍ୱିତୀୟ ମ୍ୟାଚ୍‌ ବେଳେ ଭାରତୀୟ ଦଳର ସମସ୍ତ ସଦସ୍ୟ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସ ପଶ୍ଚିମ ଷ୍ଟାଣ୍ଡ ତଳେ ଖେଳାଳିଙ୍କ ପାଇଁ ସଂରକ୍ଷିତ କରି ରଖାଯାଇଥିବା ସ୍ଥାନରେ ବସି ମ୍ୟାଚ୍‌ ଦେଖିଥିଲେ। ବେଲ୍‌ଜିୟମ ଖେଳାଳିଙ୍କ ଶକ୍ତି ଏବଂ ଦୋଷ ଦୁର୍ବଳତାକୁ ପରଖିଥିଲେ। ତେବେ ତୃତୀୟ କ୍ୱାର୍ଟର ଶେଷ ହେବା ପରେ ହୋଟେଲ ଫେରି ଯାଇଥିଲେ। ସେତେବେଳକୁ ବେଲ୍‌ଜୟମ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର