ଖେଳାଳିଙ୍କ ପ୍ରକୃତ ପରୀକ୍ଷା: କରୋନା ଉପରେ ବିଜୟ

ଖେଳାଳି ମାନଙ୍କ ଅଭ୍ୟାସ ଜାଗା ସବୁବେଳେ ପଡିଆରେ। ଜିମ୍ନାଷ୍ଟିକ, ସନ୍ତରଣ କିମ୍ବା ଭା‌ରୋତ୍ତୋଳନ ଏସବୁର ଅଭ୍ୟାସ ସ୍ଥଳ ସ୍ବତନ୍ତ୍ର। କିଛି ଇନ୍ଡ଼ୋର ଖେଳକୁ ଛାଡିଦେଲେ ମୋଟା ମୋଟି ଭାବରେ ଅନ୍ୟ ସମସ୍ତେ ପଡିଆରେ ଅଭ୍ୟାସ କରିଥାନ୍ତି। ଏପରି ପରିସ୍ଥିତିରେ ସେମାନେ କିପରି ଭାବରେ ନିଜ ସମୟର ଉପଯୁକ୍ତ ବ୍ୟବହାର ଘରେ କରି ପାରିବେ ଏବଂ ନିଜର ଫିଟନେସକୁ ବଜାୟ ରଖି ପାରିବେ ସେ ବିଷୟରେ କିଛି ଜାଣିବା। କରୋନା ଭୂତାଣୁର ମହାମାରୀ ପାଇଁ ଗୃହାବଦ୍ଧ ଥିବା ଅବସ୍ଥାରେ ଖେଳାଳିଙ୍କୁ କିଭଳି ପଦକ୍ଷେପ ନେବାକୁ ହେବ ଆସନ୍ତୁ ଜାଣିନେବା।

(୧) ଏଣ୍ଡୁରାନ୍ସ ବଜାୟ ରଖିବାର କିଛି ଘରୋଇ ଉଦାହରଣ
(କ) ସ୍କିପିଙ୍ଗ କରିବା : ଫୁଟ୍‌ବଲ୍‌ ଓ ହକି ଖେଳାଳି ମାନେ ୩୦ ମିନିଟ, ବାସ୍କେଟବଲ ଓ ଭଲିବଲ ଖେଳାଳି ୨୦ ମିନିଟ, ମଧ୍ୟ ଓ ଲମ୍ବା ଦୂରତା ଦୌଡାଳି ୨୦ ରୁ ୩୦ ମିନିଟ, ସ୍ପ୍ରିଣ୍ଟର ୧୦ ମିନିଟ, ସନ୍ତରଣ ଖେଳାଳି ୩୦ ମିନିଟ, ଭାରୋତ୍ତୋଳକ ମାନେ ୧୦ ମିନିଟ ଏବଂ ବ୍ୟାଡ୍‌ମିଣ୍ଟନ୍‌, ଟେବୁଲ ଟେନିସ ଓ ଲନ୍‌ ଟେନିସ ଖେଳାଳି ୨୦ ମିନିଟ୍‌।
(ଖ) ସ୍ପଟ ଜଗିଙ୍ଗ ଓ ଜମ୍ପିଙ୍ଗ ଜାକ : ଫୁଟ୍‌ବଲ୍‌ ଓ ହକି ଖେଳାଳି ମାନେ ୨ ମିନିଟର ୬ ରୁ ୮ ଟି ସେଟ। ବାସ୍କେଟବଲ ଓ ଭଲିବଲ ଖେଳାଳି ମାନେ ୨ ମିନିଟର ୪ ରୁ ୬ଟି ସେଟ, ମଧ୍ୟ ଓ ଲମ୍ବା ଦୂରତ୍ବ ଦୌଡାଳି ୨ମିନିଟ ର ୬ ରୁ ୮ ଟି ସେଟ । ସ୍ପ୍ରିଣ୍ଟର୍‌ ୨ ମିନିଟର ୪ ରୁ ୬ଟି ସେଟ। ସନ୍ତରଣ ଖେଳାଳି ମାନେ ୨ ମିନିଟର ୪ ରୁ ୬ଟି ସେଟ। ଭାରୋତ୍ତୋଳକ ୨ମିନିଟର ୨ ରୁ ୪ ଟି ସେଟ। ବ୍ୟାଡ୍‌ମିଣ୍ଟନ୍‌, ଟେବଲ୍‌ ଟେନିସ୍‌ ଓ ଲନ୍‌ ଟେନିସ୍‌ ଖେଳାଳି ୨ ମିନିଟର ୪ ରୁ ୬ ଟି ସେଟ।
(୨) ଏଜିଲିଟି ବଜାୟ ରଖିବାର କିଛି ଘରୋଇ ଉଦାହରଣ: ୬ ମିଟର ଦୂରତାରେ ୨ଟି ପାଣି ବୋତଲ ଥୁଅନ୍ତୁ।
(କ) ୬ x୬ ସଟଲ ରନ: ଫୁଟବଲ ଓ ହକି ଖେଳାଳିମାନେ ୬ରୁ ୮ ଟି ସେଟ। ବାସ୍କେଟବଲ ଓ ଭଲିବଲ ଖେଳାଳିମାନେ ୪ରୁ ୬ ଟି ସେଟ। ମଧ୍ୟ ଓ ଲମ୍ବା ଦୂରତା ଦୌଡାଳିମାନେ ୬ରୁ ୮ ଟି ସେଟ୍‌/ ସ୍ପ୍ରିଣ୍ଟର ୪ରୁ ୬ଟି ସେଟ। ସନ୍ତରଣ ଖେଳାଳିମାନେ ୪ ରୁ ୬ ଟି ସେଟ। ଭାରୋତ୍ତୋଳକ ୨ରୁ ୪ ଟି ସେଟ। ବ୍ୟାଡ୍‌ମିଣ୍ଟନ୍‌, ଟେବଲ୍‌ ଟେନିସ୍‌ ଓ ଲନ୍‌ ଟେନିସ୍‌ ଖେଳାଳି ୪ରୁ ୬ ଟି ସେଟ।
(ଖ) ୪ x ୪ ମିଟର ର ବକ୍ସ ଡ୍ରିଲ : ଫୁଟବଲ ଓ ହକି ଖେଳାଳି ମାନେ ୬ରୁ ୮ ଟି ସେଟ। ବାସ୍କେଟବଲ ଓ ଭଲିବଲ ଖେଳାଳି ମାନେ ୪ରୁ ୬ ଟି ସେଟ। ମଧ୍ୟ ଓ ଲମ୍ବା ଦୂରତା ଦୌଡାଳି ମାନେ ୬ ରୁ ୮ ଟି ସେଟ। ସ୍ପ୍ରିନ୍ଟର ୪ରୁ ୬ ଟି ସେଟ। ସନ୍ତରଣ ଖେଳାଳି ମାନେ ୪ରୁ ୬ ଟି ସେଟ। ଭାରୋତ୍ତୋଳକ ୨ରୁ ୪ ଟି ସେଟ। ବ୍ୟାଡ୍‌ମିଣ୍ଟନ୍‌, ଟେବଲ୍‌ ଟେନିସ୍‌ ଓ ଲନ୍‌ ଟେନିସ୍‌ ଖେଳାଳି ୪ରୁ ୬ ଟି ସେଟ୍‌।
(୩) ପ୍ଲାୟୋମେଟ୍ରିକ ବଜାୟ ରଖିବାର ଘରୋଇ ଉଦାହରଣ : ଦୁଇଟି ବୋତଲ ଉପରେ ଛୋଟ ବାଡି ଟିଏ ରଖି ଡେଇଁବେ ବାମ ଗୋଡରେ, ଡାହାଣ ଗୋଡରେ ଏବଂ ଉଭୟ ଗୋଡରେ। ପାର୍ଶ୍ବରୁ ପାର୍ଶ୍ବ ଏବଂ ଆଗରୁ ପଛ (୬ ଥର ଡେଇଁଲେ ଗୋଟିଏ ସେଟ୍‌)।
(କ) ଫୁଟବଲ ଓ ହକି ଖେଳାଳି ୬ ରୁ ୮ ସେଟ୍‌ ବାସ୍କେଟବଲ ଓ ଭଲି ବଲ ଖେଳାଳି ୪ ରୁ ୬ ସେଟ। ମଧ୍ୟ ଓ ଲମ୍ବା ଦୂରତା ଦୌଡାଳି ୬ରୁ ୮ ସେଟ। ସ୍ପ୍ରିଣ୍ଟର୍‌ ୪ରୁ ୬ ସେଟ। ସନ୍ତରଣ ଖେଳାଳି ୪ରୁ ୬ ସେଟ । ଭାରୋତ୍ତୋଳକ ୨ରୁ ୪ ସେଟ। ବ୍ୟାଡ୍‌ମିଣ୍ଟନ୍‌, ଟେବଲ୍‌ ଟେନିସ୍‌ ଓ ଲନ୍‌ ଟେନିସ୍‌ ୪ରୁ ୬ ସେଟ୍‌।
(ଖ) କୋର ବ୍ୟାୟାମ : ପ୍ଲାଙ୍କ ୨ ମିନିଟ / ସାଇଡ ପ୍ଲାଙ୍କ ୩୦ ସେକନ୍ଡ ଫୁଟବଲ ଓ ହକି ଖେଳାଳି ୬ରୁ ୮ ଥର। ବାସ୍କେଟବଲ ଓ ଭଲିବଲ ଖେଳାଳି ୪ରୁ ୬ ଥର। ମଧ୍ୟମ ଓ ଲମ୍ବା ଦୂରତା ଦୌଡାଳି ୬ରୁ ୮ ଥର। ସ୍ପ୍ରିଣ୍ଟର୍‌ ୪ରୁ ୬ ଥର। ସନ୍ତରଣ ଖେଳାଳି ୪ ରୁ ୬ ଥର। ଭାରୋତ୍ତୋଳକ ୨ରୁ ୪ ଥର। ବ୍ୟାଡ୍‌ମିଣ୍ଟନ୍‌, ଟେବଲ୍‌ ଟେନିସ୍‌ ଓ ଲନ୍‌ ଟେନିସ୍‌ ୪ରୁ ୬ ଥର।
(୪) ଷ୍ଟ୍ରେଙ୍ଗ୍‌ଥ ଟ୍ରେନିଂ: ସମସ୍ତେ କରିପାରିବେ। ଉଠକ ବୈଠକ, ସୂର୍ଯ୍ୟ ନମସ୍କାର, ପୁସ୍‌ ଅପ, ଚୀନ୍‌ ଅପ ଆଦି ଆବଶ୍ୟକତା ଅନୁସାରେ କରି‌େବ।
(୫) କୁଲ ଡାଉନ: ସମସ୍ତେ କରି ପାରିବେ। ସବୁ ମାଂସପେଶୀର ଷ୍ଟ୍ରେଚିଙ୍ଗ ୩ ଥର। ଜରୁରୀ ସୂଚନା: ପାଣି ଯଥେଷ୍ଟ ମାତ୍ରା ରେ ପିଇବେ, ଆହତ ସମସ୍ୟା ଥିଲେ ନିଜର ଫିଜିଓଙ୍କ ସହ ପରାମର୍ଶ କରିବେ। ଉପରୋକ୍ତ ସୂଚୀ ଏ ସପ୍ତାହ ପାଇଁ। ଖେଳାଳିଙ୍କ ପାଇଁ ଯଦି ଅଧିକ କିମ୍ବା କମ ପରିଶ୍ରମ ହୁଏ ତେବେ ନିଜର ଫିଜିଓଙ୍କ ସହ ପରାମର୍ଶ କରିବେ। ଆଗାମି ସପ୍ତାହ ରେ ଆହତ ସମସ୍ୟାର ଉପଚାର ଘରେ କିପରି କରିବା ସେ ବିଷୟରେ ଆଲୋଚନା କରିବା। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।

ସମ୍ବନ୍ଧିତ ଖବର