ଭୁବନେଶ୍ବର, (ସୁରେଶ ସ୍ୱାଇଁ): ଓଡ଼ିଶା ଖେଳ ଦୁନିଆ ୨୦୧୯କୁ ବିଦାୟ ଦେଇଛି ନୂଆ ଅର୍ଜୁନ ପ୍ରମୋଦ ଭଗତଙ୍କୁ ପାଇ। ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦଙ୍କ ପାଇଁ ହିଁ ୨୦୧୯ ମସିହା ମନେ ରହିବ ଚିରକାଳ। ବିଗତ ଦଶନ୍ଧିରେ ଆମେ ରାଜ୍ୟର କିଂବଦନ୍ତି କ୍ରୀଡ଼ାବିତ୍ ଦିଲୀପ ତିର୍କିଙ୍କ ଖେଳ ଜୀବନର ସମାପ୍ତି ଦେଖିଥିଲୁ। କିନ୍ତୁ ଏହି ଅବସରରେ ପାଇଥିଲୁ ଦୂତି ଚାନ୍ଦଙ୍କ ଭଳି ମହାନ ଧାବିକା। ଦୀର୍ଘ ୩୨ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ୧୦୦ ମିଟର୍ ଅଲିମ୍ପିକ୍ ଯୋଗ୍ୟତା ଏବଂ ଏସୀୟ କ୍ରୀଡ଼ାରୁ ଯୁଗଳ ପଦକ ଜିତିବାର ଗୌରବ ଦୂତି ପ୍ରଦାନ କରିଥିଲେ ଭାରତୀୟ ଦୌଡ଼କୁଦ ଦୁନିଆକୁ। ଏବେ ଏକବିଂଶ ଶତାବ୍ଦୀର ଦ୍ବିତୀୟ ଦଶନ୍ଧି ବିଦାୟ ନେଇଛି ଏବଂ ତୃତୀୟ ଦଶନ୍ଧିର ଶୁଭାରମ୍ଭ ହୋଇଛି। ଓଡ଼ିଶାରେ ଏକାଧିକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନର ଧାରାକୁ ୨୦୨୦ ମସିହା ନିଶ୍ଚିତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍ ଆଗକୁ ନେବ ବୋଲି ଆଶା। ବ୍ୟକ୍ତିଗତ ସ୍ତରରେ ଓଡ଼ିଶା କ୍ରୀଡ଼ା ଦୁନିଆ ନିଶ୍ଚିତ ଆଶା, ବିଶ୍ବାସ ଓ ଆତ୍ମବିଶ୍ବାସର ସହ ୨୦୨୦କୁ ସ୍ବାଗତ କରୁଛି। ନୂଆ ଦଶନ୍ଧିରେ ଯେଉଁ ୧୦ ଜଣ (୨୧ ବର୍ଷରୁ କମ୍) ଓଡ଼ିଆ କ୍ରୀଡ଼ାବିତ୍ ରାଜ୍ୟର ଭବିଷ୍ୟତ ତାରକାର ଭରସା ଦେଇଛନ୍ତି ସେମାନଙ୍କୁ ‘ସମ୍ବାଦ’ ସଂକ୍ଷିପ୍ତ ତାଲିକାଭୁକ୍ତ କରିଛି। ଶୁଭେଚ୍ଛା ଓ ଶୁଭକାମନା ବି ଜଣାଉଛି ସେମାନଙ୍କ ପାଇଁ ନୂଆ ଦଶନ୍ଧି ପ୍ରତିଶ୍ରୁତିମୟ, ସମ୍ଭାବନାମୟ ଏବଂ ଉଜ୍ଜ୍ବଳମୟ ହେଉ।
ନୂଆ ଦଶନ୍ଧିର ଦଶ ଭବିଷ୍ୟତ
/sambad/media/post_attachments/wp-content/uploads/2020/01/PP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)