ଖେଳାଳିଙ୍କ ମାନସିକତା ଫଳାଫଳ ନିର୍ଣ୍ଣୟ କରିବ

-ହର୍ଷ ଭୋଗ୍‌ଲେ-

ଦୁର୍ଭାଗ୍ୟଜନକ କଥା ଯେ ୧୮ ପଏଣ୍ଟ ପାଇଥିବା ଏକ ଦଳ ୧୨ ପଏଣ୍ଟ୍ ପାଇଥିବା ଦଳ ସହିତ ଏଲିମିନେଟର୍ ଖେଳିବ। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଏଭଳି ଏକ ଅସ୍ବାଭାବିକ ସ୍ଥିତିରେ ନିଜର ସମସ୍ତ ୧୪ ମ୍ୟାଚ୍‌କୁ ଅନୁଧ୍ୟାନ କରିବା କଥା ଏବଂ ବୁଧବାରର ମୁକାବିଲାରେ ସେମାନେ ଦାବିଦାର ରହିବେ। ଶିଖର ଧାୱନଙ୍କୁ କିଣିବା ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି, କିନ୍ତୁ ଈଶାନ୍ତ ଶର୍ମାଙ୍କ ପାଇଁ ସେଭଳି ନୁହେଁ। ଦିଲ୍ଲୀ ଦଳର କିଛି ଦୁର୍ବଳ ‌ସ୍ଥାନକୁ ନିଶ୍ଚିତ ହାଇଦ୍ରାବାଦ ନଜରରେ ରଖିଥିବ। ପୃଥ୍ବୀ ସ’ ଏବଂ କଲିନ୍ ଇନ୍‌ଗ୍ରାମ ଆଶାଠୁ କମ୍‌ ପ୍ରଦର୍ଶନ ଦେ‌ଇଛନ୍ତି। ଋଷବ ପନ୍ତ୍‌ ଅସ୍ଥିର ପ୍ରଦର୍ଶନ ଦେଇଛନ୍ତି, କ୍ରିସ୍ ମୋରିସ୍ ସବୁଠୁ ନିରାଶ କରିଛନ୍ତି, କାଗିସୋ ରବାଦା ସ୍ବଦେଶ ଚାଲିଗଲେଣି। ସକାରାତ୍ମକ ଦିଗ ଦେଖିଲେ ପନ୍ତ୍‌ ନିଜେ ମ୍ୟାଚ୍‌ ଜିତାଇଛନ୍ତି। ଶ୍ରେୟସ ଆୟର ପ୍ରଶଂସନୀୟ ପ୍ରଦର୍ଶନ ଦେଇଛନ୍ତି, ଟ୍ରେଣ୍ଟ୍‌ ବୋଲଟ୍ ଭଲ ଭାବେ ରବାଦାଙ୍କ ବିକଳ୍ପ ହୋଇଛନ୍ତି। ଡେଭିଡ୍‌ ୱାର୍ନର ଏବଂ ଜନି‌ ବେୟାରଷ୍ଟୋଙ୍କ ଅନୁପସ୍ଥିତିରେ ହାଇଦ୍ରାଦାଦ ନିଶ୍ଚିତ ସ୍ବଳ୍ପ ପ୍ରସ୍ତୁତ ବୋଲି ଦିଲ୍ଲୀକୁ ଜଣା।
ଅନ୍ୟପକ୍ଷରେ ମନୀଷ ପାଣ୍ଡେ ଏବଂ କେନ୍‌ ୱିଲିୟମ୍‌ସନ୍‌ ଫର୍ମକୁ ଫେରିଥିବାରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଆଶାବାଦୀ ରହିଛି। ମଧ୍ୟକ୍ରମରେ କିନ୍ତୁ ଭାରତୀୟଙ୍କଠାରୁ ଦଳ ଅଧିକ ଆଶା ରଖିବ। ରସିଦ୍ ଖାନ୍ ଭଲ କରନ୍ତୁ ଏବଂ ବୋଲିଂ ଆକ୍ରମଣର ନେତୃତ୍ବ ନିଅନ୍ତୁ ବୋଲି ଦଳ ମଧ୍ୟ ଆଶା ରଖିବ। ଖେଳାଳିଙ୍କ ମାନସିକତା ହିଁ ଏହି ଏଲିମିନେଟର୍‌ ଫଳାଫଳ ପାଇଁ ନିର୍ଣ୍ଣାୟକ ହେବ। ମାତ୍ର ୧୨ ପଏଣ୍ଟ୍‌ ସହ ଯୋଗ୍ୟତା ଅର୍ଜନ କରିଥିବାରୁ ହାଇଦ୍ରାବାଦ ନିଶ୍ଚିତ ଭାଗ୍ୟବାନ ଦଳ, ଅନ୍ୟର ସମସ୍ୟା ପାଇଁ ଦଳକୁ ଫାଇଦା ମିଳିଛି। ଦିଲ୍ଲୀ ମଧ୍ୟ ୧୮ ପଏଣ୍ଟ୍‌ ସହ ପ୍ରଥମ ୨ ସ୍ଥାନରେ ନ ରହିବା ଏହି ଦଳକୁ ନିରାଶ କରିଥିଲା। ମୋ ମତରେ ଦିଲ୍ଲୀ କ୍ୟାପିଟାଲ୍ସ ନିଶ୍ଚିତ ଦାବିଦାର ରହିବ।

ସମ୍ବନ୍ଧିତ ଖବର