ଋଷଭ ପନ୍ତଙ୍କୁ ଛାଡ଼ିଦିଅନ୍ତୁ, ପଡ଼ିଆରେ ଯାହା କରିବାକୁ ଚାହୁଁଛନ୍ତି ତାହା କରିବାକୁ ଦିଅନ୍ତୁ: ରୋହିତ ଶର୍ମା

ନାଗପୁର: ନିଜର ପ୍ରଦର୍ଶନ ନେଇ ଆଲୋଚନା ଓ ସମାଲୋଚନାର ଶିକାର ହେଉଥିବା ଋଷଭ ପନ୍ତଙ୍କୁ ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ସମର୍ଥନ ଜଣାଇଛନ୍ତି। ବାଂଲାଦେଶ ବିପକ୍ଷରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପୂର୍ବରୁ ରୋହିତ ଶନିବାର କହିଛନ୍ତି, ଋଷଭ ପନ୍ତଙ୍କୁ ଛାଡ଼ିଦିଅନ୍ତୁ। କାରଣ ସେ ଟିମ୍‌ ପରିଚାଳନାର ରଣନୀତି ପାଇଁ ଉଦ୍ୟମ କରୁଛନ୍ତି। ଅନେକ ସମୟରେ ପନ୍ତଙ୍କ ଖେଳକୁ ନେଇ ଆଲୋଚନା ହେଉଛି। ରାଜକୋଟରେ ବାଂଲାଦେଶ ବିପକ୍ଷରେ ଟି-୨୦ରେ ତାଙ୍କର ଖରାପ କିପିଙ୍ଗ ନେଇ ଆଲୋଚନା ହୋଇଛି।

ଅଧିନାୟକ ରୋହିତ ଶର୍ମା କହିଛନ୍ତି, ପ୍ରତ୍ୟେକ ଦିନ, ସବୁବେଳେ ଋଷଭ ପନ୍ତଙ୍କ ବାବଦରେ ଆଲୋଚନା ହେଉଛି। ମୁଁ ଭାବୁଛି ତାଙ୍କୁ (ଋଷଭ) ସେହି କାମ କରିବାକୁ ଦିଆଯିବା ଦରକାର, ଯାହା ସେ କରିବାକୁ ଚାହୁଁଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଋଷଭଙ୍କ ବାବଦରେ କହିବା ବନ୍ଦ କରନ୍ତୁ।

ଋଷଭ ପନ୍ତ ଜଣେ ନିର୍ଭିକ କ୍ରିକେଟର ଏବଂ ଆମେ (ଟିମ୍‌ ପରିଚାଳନା) ତାଙ୍କୁ ସ୍ୱାଧୀନତା ଦେବା ଦରକାର। ଯଦି ଆପଣ କିଛି ସମୟ ପାଇଁ ତାଙ୍କର ଉପରେ ନଜର ନ ପକାଇବେ, ସେ ଭଲ ପ୍ରଦର୍ଶନ କରିପାରିବେ। ରୋହିତ ଦିଲ୍ଲୀର ଏହି ଯୁବ ଖେଳାଳିଙ୍କୁ କ୍ରମାଗତ ଭାବେ କରାଯାଉଥିବା ଆଲୋଚନାକୁ ପସନ୍ଦ କରୁ ନାହାନ୍ତି।

ସମ୍ବନ୍ଧିତ ଖବର