ନୂଆଦିଲ୍ଲୀ: ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ପାରା-ଏସୀୟକ୍ରୀଡା ବ୍ୟାଡମିଣ୍ଟନ ମିକ୍ସଡ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତ ଓ ମନୀଷା ରାମଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏକ ଟୁଇଟ କରି ମୋଦୀ ଲେଖିଛନ୍ତି, ପାରା-ଏସୀୟକ୍ରୀଡାର ବ୍ୟାଡମିଣ୍ଟନ ମିକ୍ସଡ୍ ଡବଲ୍ସର ଏସଏଲ୩-ଏସୟୁ୫ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରମୋଦ ଭଗତ ଓ ମନୀଷା ରାମଦାସଙ୍କୁ ଅଭିନନ୍ଦନ । ଭାରତ ସେମାନଙ୍କ ସଫଳତାକୁ ଗର୍ବର ସହ ପାଳନ କରୁଛି ।
Congratulations to the dynamic duo of @PramodBhagat83 and Manisha Ramadass for securing the Bronze Medal in the Badminton Mixed Doubles SL3-SU5 event at the Asian Para Games. India celebrates this remarkable achievement with pride beyond measure! pic.twitter.com/05WXwY3HSy
— Narendra Modi (@narendramodi) October 25, 2023
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରମୋଦ ଭଗତଙ୍କୁ ତାଙ୍କ ବ୍ରୋଞ୍ଜ ମେଡାଲ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଦେଶ ପାଇଁ ଆହୁରି ଅନେକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରମୋଦ, ମନୀଷା ଯୋଡ଼ି ସେମିଫାଇନାଲରେ ରିନି ରାତ୍ରି ଓ ହିକମତ ରାମଦାନୀଙ୍କଠାରୁ ୦-୨ରେ ହାରିଯାଇ ବ୍ରୋଞ୍ଜ ଜିତିଛନ୍ତି । ପ୍ରମୋଦ-ମନୀଷାଙ୍କୁ ହରାଇବା ପରେ ଇଣ୍ଡୋନେସୀୟ ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ପାରା-ଏସୀୟକ୍ରୀଡାରେ ଓଡ଼ିଶାରୁ ୭ ଜଣ ପାରା ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି ।