ନୂଆଦିଲ୍ଲୀ: ଦୁବାଇରେ ଦମଦାର ବିଜୟ ପରେ ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଦୁବାଇରେ ଦମ୍ ଦେଖାଇ ସାରା ଭାରତ ପାଇଁ ଗର୍ବ ଆଇ ଗୌରବ ଆଣିଥିବା ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦୀ ।
ମୋଦୀ କହିଛନ୍ତି ଅସାଧାରଣ ଖେଳର ଏହା ଏକ ଅସାଧାରଣ ଫଳାଫଳ । ଘରକୁ ଚାମ୍ପିୟନ୍ସ ଟ୍ରଫି ଆଣୁଥିବାରୁ ଟିମ ଇଣ୍ଡିଆ ପାଇଁ ଆମେ ସମସ୍ତେ ଗର୍ବିତ । ସମସ୍ତ ଖେଳାଳି ପୂରା ଟୁର୍ଣ୍ଣାମେଟରେ ଭଲ ପ୍ରଦର୍ଶନ କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀଙ୍କ ସହ, ଅମିତ ଶାହା, ଯୋଗୀ ଆଦିତ୍ୟନାଥ, ରାଜନାଥ ସିଂହ, ରାହୁଲ ଗାନ୍ଧୀ ଅନେକ ରାଜନୈତିକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/09/TshyZn2DW7VZg08klLZU.jpg)