ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ କ୍ରୀଡ଼ାରେ ଆୟୋଜିତ ‘ପୁରୁଷ ସିଙ୍ଗଲସ ଏସ୍ଏଲ୍୪’ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଫାଇନାଲ୍ରେ ଫ୍ରାନ୍ସ୍ର ଲ୍ୟୁକାସ୍ ମାଜୁର୍ଙ୍କ ନିକଟରେ ପରାସ୍ତ ହୋଇ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ସୁହାସ ଯତିରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସୁହାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ମୋଦୀ ଫୋନ କରି ସୁହାସଙ୍କ ସହିତ କଥା ବି ହୋଇଛନ୍ତି।
ଏହି ସମୟରେ ସୁହାସ ମୋଦୀଙ୍କୁ କହିଥିଲେ କି, ମୁଁ ଦିବ୍ୟାଙ୍ଗ ଥିବାରୁ ପ୍ରଥମେ ଭାବିଥିଲି କି ମୋର ଜୀବନର କିଛି ମୂଲ୍ୟ ନାହିଁ। ଭଗବାନ ମୋତେ କାହିଁକି ଏପରି ଗଢ଼ିଲେ। କିନ୍ତୁ ସେହି ଭଗବାନ ମୋତେ ଆଜି ମୋଦୀଙ୍କ ସହିତ କଥା ହେବାକୁ ସୁଯୋଗ ଦେଇଛନ୍ତି। ଭଗବାନଙ୍କ କୃପା ଓ ମୋଦୀଙ୍କ ଆର୍ଶୀବାଦ ହେତୁ ରୂପା ପଦକ ହାସଲ କରି ପାରିଛି।
ଯତିରାଜ ମାଜୁର୍ଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି। ଯତିରାଜ ପାଇଥିବା ପଦକକୁ ମିଶାଇ ଏଯାବତ୍ ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତ ସମୁଦାୟ ୧୮ଟି ପଦକ ହାସଲ କରିଛି। ଏଥିରେ ରହିଛି ୪ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-1-copy-6.jpg)