ବିଶ୍ୱ ଚାମ୍ପିଅନ୍‌ସିପ୍‌: ପିଭି ସିନ୍ଧୁ ସ୍ୱର୍ଣ୍ଣ ଜିତିବା ପରେ ଖୁସିରେ ଉଛୁଳିଲା ପରିବାର, ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଶୁଭେଚ୍ଛା

ସ୍ୱୀଜରଲାଣ୍ଡ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ ୨୦୧୯ର ମହିଳା ଏକକ ଫାଇନାଲରେ ରବିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିନ୍ଧୁଙ୍କ ଏହି ସଫଳତା ଯୋଗୁଁ ହାଇଦ୍ରାବାଦ୍‌ରେ ତାଙ୍କର ପରିବାର ଖୁସିରେ ଉଛୁଳି ପଡ଼ିଛି। ସିନ୍ଧୁଙ୍କର ମା’ ପି. ବିଜୟା କହିଛନ୍ତି, ଆଜି ଆମେ ବହୁତ ଖୁସି ଅନୁଭବ କରୁଛୁ। କାରଣ ସେହି ପଦକ ପାଇଁ ଆମେ ଅପେକ୍ଷା କରିଥିଲୁ। ଅପରପକ୍ଷେ ସେହି ସ୍ୱର୍ଣ୍ଣ ପଦକ ପାଇ ଝିଅ ସିନ୍ଧୁ କଠୋର ପରିଶ୍ରମ କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଥାଇ ଟୁଇଟ କରି ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପିଭି ସିନ୍ଧୁ ଭାରତର ଗୌରବ ବଢ଼ାଇଛନ୍ତି। ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଥିବାରୁ ଶୁଭେଚ୍ଛା ଜଣାଉଛି। ତାଙ୍କର ସଫଳତା ଆଗାମୀ ପୀଢ଼ି ପାଇଁ ପ୍ରେରଣା ଯୋଗାଇବ ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ ପିଭି ସିନ୍ଧୁ ପ୍ରଥମ ଭାରତୀୟ ଖେଳାଳି ଭାବେ ଜାପାନୀ ଷ୍ଟାର ତଥା ବିଶ୍ୱର ୩ ନମ୍ବର ଖେଳାଳି ନୋଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ ପରାସ୍ତ କରି ଏହି କୃତିତ୍ୱ ହାସଲ କରିଛନ୍ତି। ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ୩ୟ ଥର ପ୍ରବେଶ କରିଥିବାରୁ ସିନ୍ଧୁ ସ୍ୱତନ୍ତ୍ର ରଣନୀତି କରିଥିଲେ। ସେ ଲଢୁଆ ମନୋଭାବ ନେଇ ଜାପାନୀ ପ୍ରତିନ୍ଦନ୍ଦୀଙ୍କ ବିରୋଧରେ ଖେଳିଥିଲେ।

ସମ୍ବନ୍ଧିତ ଖବର