ନୂଆଦିଲ୍ଲୀ: ସଫଳ ହେଲା ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମିଙ୍କ ଅସ୍ତ୍ରୋପଚାର। ଶୀଘ୍ର ସୁସ୍ଥ ହୁଅ ବୋଲି ଲେଖିଲେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ । ପୂର୍ବ ମ୍ୟାଚରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଏଥିପାଇଁ ସାମି ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇବେ ବୋଲି ଖବର ମିଳିଥିଲା। ଏହି କାରଣରୁ ତାଙ୍କୁ ଆଇପିଏଲରୁ ମଧ୍ୟ ବାଦ୍ ଦିଆଯାଇଥିଲା। ଏବେ ତାଙ୍କର ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ସେ ସୁସ୍ଥ ଥିବା ନିଜେ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି।

Advertisment

ସାମି ଏକ୍ସରେ ପୋଷ୍ଟ କରି ଜଣାଇଥିଲେ ଯେ, ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ।ପୁଣି ଥରେ କେବେ ଛିଡ଼ା ହେବି, ସେ ଦିନକୁ ଅପେକ୍ଷା। ତାଙ୍କର ଏହି ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ, "ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି। ମୁଁ ନିଶ୍ଚିତ ଯେ ଆପଣ ସାହସର ସହିତ ଏହି ସମୟର ସାମ୍ନା କରିବେ ଏବଂ ସୁସ୍ଥ ହେବେ। "

ମୋଦୀଜୀଙ୍କ ପୋଷ୍ଟ ପରେ ଏକ୍ସରେ ପୋଷ୍ଟ କରି ସାମି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି।