ପଏଣ୍ଟ୍‌ ବାଣ୍ଟିଲେ ଚେନ୍ନାଇନ୍‌-କେରଳ

ଚେନ୍ନାଇ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଚେନ୍ନାଇନ୍‌ ଏବଂ କେରଳ ବ୍ଲାଷ୍ଟର୍ସ ପଏଣ୍ଟ୍‌ ବାଣ୍ଟି ନେଇଛନ୍ତି। ଶୁକ୍ରବାର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ୮୯ ମିନିଟ୍‌ ପର୍ଯ୍ୟନ୍ତ କୌଣସି ଗୋଲ୍‌ ହୋଇଥିଲା। ୮୯ତମ ମିନିଟ୍‌ରେ ରେନେ ମେହେଲିକ୍‌ ଗୋଲ୍‌ ଦେଇ ଚେନ୍ନାଇନ୍‌କୁ ଆଗୁଆ କରିଥିଲେ। ଅତିରିକ୍ତ ସମୟର ଚତୁର୍ଥ ମିନିଟ୍‌ରେ କେରଳର ସିକେ ଭିନିତ୍‌ ଗୋଲ୍‌ଟି ଶୁଝି ଦେଇଥିଲେ।

ସମ୍ବନ୍ଧିତ ଖବର