ଗୋଆ: ଚଳିତ ଆଇଏସ୍ଏଲ୍ର ବୁଧବାର ଏଫ୍ସି ଗୋଆ ଏବଂ ଦିଲ୍ଲୀ ଡାଇନାମୋସ୍ (୧-୧ ଗୋଲ୍) ପଏଣ୍ଟ୍ ବାଣ୍ଟି ନେଇଛନ୍ତି। ଗୋଆର ଜବାହାରଲାଲ ନେହୁର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ର ୫୩ ମିନିଟ୍ରେ ହ୍ୟୁଗ୍ ବୌମସ୍ ଗୋଲ୍ ଦେଇ ପ୍ରଥମାର୍ଧରେ ଘରୋଇ ଦଳକୁ ଅଗ୍ରଣୀ କରାଇଥିଲେ। କିନ୍ତୁ ଦ୍ୱିତୀୟାର୍ଧରେ କାଲୁ ଉଚେ (୮୧ ମିନିଟ୍) ଗୋଲ୍ଟିକୁ ଶୁଝାଇ ମ୍ୟାଚ୍ ଅମୀମାଂସିତ ରଖିଥିଲେ। ମ୍ୟାଚ୍ ଅମୀମାଂସିତ ପରେ ଗୋଆ ୧୫ ମ୍ୟାଚ୍ରୁ ୨୧ ପଏଣ୍ଟ୍ ସହ ପୂର୍ବ ପରି ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଦିଲ୍ଲୀ ୧୫ରୁ ୧୨ ପଏଣ୍ଟ୍ ପାଇ ଗୋଟିଏ ସ୍ଥାନ ଉଠି ନବମରେ ରହିଛି।
ପଏଣ୍ଟ୍ ବାଣ୍ଟିଲେ ଗୋଆ-ଦିଲ୍ଲୀ
/sambad/media/post_attachments/wp-content/uploads/2017/11/isl-logo-1472546057-800.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)