ମସ୍କୋ: ୟୁରୋପୀୟ ରାଷ୍ଟ୍ର ପୋଲାଣ୍ଡ ମସ୍କୋ ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ଏହି ଦେଶର ପ୍ରଶିକ୍ଷକ ଆଦାମ ନଓ୍ଵାଲକା ଅବସର ଘୋଷଣା କରିଛନ୍ତି। ବିଶ୍ୱକପ୍ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ବେଳେ ଏହାକୁ ଆଉ ସେ ବଢ଼ାଇବେ ନାହିଁ ବୋଲି ନଓ୍ଵାଲକା ଘୋଷଣା କରିଛନ୍ତି। ପୋଲାଣ୍ଡ ଫୁଟବଲ୍ ସଂଘ ମଧ୍ୟ ଜୁଲାଇ ପରେ ତାଙ୍କୁ ଆଉ ରଖିବ ନାହିଁ ବୋଲି ଘୋଷଣା କରିଛି। ପୋଲାଣ୍ଡ ତା’ର ପ୍ରଥମ ଦୁଇ ଲିଗ୍ ମ୍ୟାଚ୍ ହାରିବା ସହ ବିଶ୍ୱକପରୁ ବିଦାୟ ନେବାରେ ପ୍ରଥମ ୟୁରୋପୀୟ ରାଷ୍ଟ୍ର ହୋଇଥିଲା।
ପୋଲାଣ୍ଡ ପ୍ରଶିକ୍ଷକଙ୍କ ଅବସର
/sambad/media/post_attachments/wp-content/uploads/2018/07/2-Polands-coach-to-step-down-after-World-Cup-humiliation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)