ୱାର୍ସ: ଅଲିମ୍ପିକ୍ ଯୋଗ୍ୟ ଭାରତୀୟ କୁସ୍ତିଯୋଦ୍ଧା ରବି ଦାହିୟା ଏଠାରେ ଶେଷ ହୋଇଥିବା ପୋଲାଣ୍ଡ ଓପନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ନେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ଶେଷ ରୢାଙ୍କିଙ୍ଗ୍ ସିରିଜ୍ ଇଭେଣ୍ଟର ୬୧ କେଜି ବର୍ଗ ଫାଇନାଲ୍ରେ ସେ ଉଜ୍ବେକିସ୍ତାନର ଗୁଲୋମଜନ୍ ଅବ୍ଦୁଲାଇଭ୍ଙ୍କ ନିକଟରୁ ହାରିଯିବାରୁ ଅବଶ୍ୟ ଚଳିତ ୨୦୨୧ ଋତୁରେ ନିଜର ଦ୍ବିତୀୟ ଟ୍ରଫି ହାସଲରୁ ବଞ୍ଚିତ ହେଲେ। ପୋଲାଣ୍ଡ ଓପନ୍ର ପ୍ରଥମ ଲଢ଼େଇରେ ଅବ୍ଦୁଲାଇଭ୍ଙ୍କୁ ୧୦-୧ରେ ପରାସ୍ତ କରିଥିବା ରବି କିନ୍ତୁ ଫାଇନାଲ୍ରେ ଚମକ ଛାଡ଼ିପାରିନଥିଲେ।
ଫାଇନାଲ୍ରେ ସେ ଖୁବ୍ ଲଢ଼ିଥିଲେ ମଧ୍ୟ ୩-୫ରେ ହାରି ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରହିଲେ। ତଥାପି ଚଳିତ ଋତୁରେ ନିଜର ଦ୍ବିତୀୟ ପ୍ରତିଯୋଗିତାରୁ ସେ ପଦକ ଅମଳ କରିବାର ସମ୍ମାନ ହାତଛଡ଼ା କରିନଥିଲେ। ଭାରତ ପାଇଁ ରୌପ୍ୟ ଜିତି ଗୌରବ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଅନ୍ୟତମ ଭାରତୀୟ ଭାବେ ଅଂଶଗ୍ରହଣ କରିଥିବା ଭିନେଶ ଫୋଗତ (୫୩ କେଜି) ଏବଂ ଅଂଶୁ ମଲ୍ଲିକ (୫୭ କେଜି) ଆସନ୍ତାକାଲି ଲଢ଼େଇକୁ ଓହ୍ଲାଇବେ। ତେବେ କହୁଣି ଆଘାତ ଯୋଗୁଁ ଦୀପକ ପୁନିଆ (୮୬ କେଜି) ମଙ୍ଗଳବାର ଓହରିଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/9g4j984dg98jd98gjjjjjjjjjjjjjjjjjjjjjjjjjjjjj.jpg)