ପୋଲାଣ୍ଡ ଆତ୍ମଘାତୀ:ସେନେଗାଲ୍‌ର ଆଫ୍ରିକୀୟ ଇତିହାସ

ମସ୍କୋ,: ଆଫ୍ରିକୀୟ ରାଷ୍ଟ୍ର ସେନେଗାଲ୍‌ (୨୭) ପାଇଁ ମଙ୍ଗଳବାର ସୌଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଫିଫା ମାନ୍ୟତାରେ ନିଜଠାରୁ ୧୯ ସ୍ଥାନ ଉପରେ ଥିବା ପୋଲାଣ୍ଡ (୮)କୁ ୨-୧ ଗୋଲ୍‌ରେ ସ୍ତବ୍ଧ କରି ଏହି ଆଫ୍ରିକୀୟ ରାଷ୍ଟ୍ର ଆତ୍ମବିଶ୍ୱାସର ସହ ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ଚଳିତ ମସ୍କୋ ବିଶ୍ୱକପ୍‌ରେ କୌଣସି ମ୍ୟାଚ୍‌ ଜିତିବାରେ ମଧ୍ୟ ସେନେଗାଲ୍‌ ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ହୋଇଛି। ଅନ୍ୟପକ୍ଷରେ ଉଭୟାର୍ଧରେ ଗୋଟିଏ ଲେଖାଏଁ ଅକ୍ଷମଣୀୟ ଭୁଲ କରିବା ପୋଲାଣ୍ଡ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଳ ମେଳର ଅଭାବ ସହ ନିଜ ଖେଳାଳିଙ୍କ ବେପରୁଆ ଆଚରଣ ପାଇଁ ଏହି ଦଳ ଆଜି ଲଜ୍ଜା ଜନକ ପରାଜୟ ବରଣ କରିଛି। ୩୮ ମିନିଟ୍‌ରେ ଥିଆଗୋ ସିଓନେକ୍‌ଙ୍କ ଆତ୍ମଘାତୀ ଗୋଲ୍‌ ପାଇଁ ପୋଲାଣ୍ଡ ପ୍ରତିପକ୍ଷ ସେନେଗାଲ୍‌କୁ ଅଗ୍ରଣୀ ଉପହାର ଦେଇଥିଲା। ସେହିଭଳି ଠିକ୍‌ ୬୦ ମିନିଟରେ ଗୋଲ୍‌ରକ୍ଷକ ଓଜସିକ୍‌ ସିଜେସ୍ନି ଗୋଲପୋଷ୍ଟ୍‌କୁ ମୁକୁଳା ଛାଡ଼ିବା ପରେ ଏମ୍‌ବାଏ ନିଆଗ ସେନେଗାଲ୍‌କୁ ୨-୦ରେ ଆଗୁଆ କରି ଦେଇଥିଲେ। ୮୬ ମିନିଟ୍‌ରେ ଗ୍ରେଗର୍ଜ କ୍ରିଚୋଓ୍ଵିକଙ୍କ ହେଡରରେ ପୋଲାଣ୍ଡ ସେଥିମଧ୍ୟରୁ ଗୋଟିଏ ଗୋଲ୍‌ ଦେଇ ସମ୍ମାନ ରଖିଥିଲା। ହେଲେ ଦୁଃଖଦ ପରାଜୟକୁ ଏଡ଼ାଇ ପାରି ନଥିଲା। କହିବାକୁ ଗଲେ ମଙ୍ଗଳବାର ମ୍ୟାଚ୍‌ର ତିନିଟି ଯାକ ଗୋଲ୍‌ ପୋଲାଣ୍ଡ ଦେଇଥିଲା। ବିଶ୍ୱକପ୍‌ର ଷଷ୍ଠ ମ୍ୟାଚ୍‌ରେ ସେନେଗାଲ୍‌ ତୃତୀୟ ବିଜୟ ହାସଲ କରିଥିଲା। ଏହା ପୂର୍ବରୁ ଏହି ଦଳ ବିଶ୍ୱକପ୍‌ରେ ଫ୍ରାନ୍ସ ଏବଂ ସ୍ୱିଡେନକୁ ହରାଇଥିଲା। ୧୨ ବର୍ଷ ପରେ ଫେରିଥିବା ପୋଲାଣ୍ଡ ଲଗାତାର ନବମ ବିଶ୍ୱକପ୍‌ ମ୍ୟାଚ୍‌ ହାରିଥିଲା। ଗତ ୬ ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡ ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ଗୋଟିଏ ଗୋଲ୍‌

ସିସେଙ୍କୁ ବାଧୁଛି ରଙ୍ଗ ଚର୍ଚା

ମସ୍କୋ, : ସେନେଗାଲ ଫୁଟବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଆଲିଓ ସିସେ ହେଉଛନ୍ତି ମସ୍କୋ ବିଶ୍ୱକପର ସର୍ବକନିଷ୍ଠ ପ୍ରଶିକ୍ଷକ। ସେ ମଧ୍ୟ ଚଳିତ ବିଶ୍ୱକପର ଏକମାତ୍ର କୃଷ୍ଣକାୟ ପ୍ରଶିକ୍ଷକ। ଅଂଶଗ୍ରହଣକାରୀ ୩୨ ଦଳ ମଧ୍ୟରୁ ୩୧ ଦଳର ଶ୍ୱେତାଙ୍ଗ ପ୍ରଶିକ୍ଷକ ଥିଲା ବେଳେ କେବଳ ସେନେଗାଲର ପ୍ରଶିକ୍ଷକ ସିସେ ହେଉଛନ୍ତି କୃଷ୍ଣକାୟ। ତେବେ ମସ୍କୋ ବିଶ୍ୱକପର କୃଷ୍ଣକାୟ ପ୍ରଶିକ୍ଷକକୁ ନେଇ ହେଉଥିବା ଚର୍ଚା ନେଇ ସେ ପୂରା ଚିନ୍ତିତ। ଏହି ଚର୍ଚା ତାଙ୍କ ମନରେ ଆଲୋଡ଼ନ ସୃଷ୍ଟି କରୁଛି ବୋଲି ସିସେ କହିଛନ୍ତି। ପୋଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଦେଇଥିବା ସାକ୍ଷାତକାରରେ ଦୁଃଖିତ ସିସେ କହିଥିଲେ ଯେ ଏହା ସତ ଯେ ମସ୍କୋ ବିଶ୍ୱକପର ମୁଁ ଏକମାତ୍ର କୃଷ୍ଣକାୟ ପ୍ରଶିକ୍ଷକ। ହେଲେ ଏଥିନେଇ ହେଉଥିବା ଚର୍ଚା ମୋତେ ଚିନ୍ତିତ କରି ଦେଉଛି। ଫୁଟ୍‌ବଲ୍‌ ଏକ ବିଶ୍ୱସ୍ତରୀୟ ଖେଳ। ଏଠି ଚମଡ଼ାର ରଙ୍ଗ କିଛି ମାନେ ରଖେନି। ବିଶ୍ୱକପ୍‌ରେ ଜଣେ କୃଷ୍ଣକାୟ ପ୍ରଶିକ୍ଷକ ବୈଷୟିକ ଅଞ୍ଚଳରେ ବୁଲିବା ଏକ ସୁଖଦ ଅନୁଭବ। ସୂଚନାଯୋଗ୍ୟ ଯେ ସିସେ ନିଜ ଯୁବାବେଳାରେ ସେନେଗାଲ ଦଳର ଅଧିନାୟକ ମଧ୍ୟ ଥିଲେ।ଦେଲା। ସେନେଗାଲ ୨୦୦୨ରେ କ୍ୱାର୍ଟର ଫାଇନାଲ୍‌ ଯାଇଥିଲା। ଏଥର ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି।

ସମ୍ବନ୍ଧିତ ଖବର