ପୁଲିସ୍‌ ଦୌଡ଼କୁଦ ଆରମ୍ଭ

କଟକ: ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍‌ ପଡ଼ିଆରେ ୭୧ତମ ରାଜ୍ୟସ୍ତରୀୟ ପୁଲିସ୍‌ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ମହିଳା ବିଭାଗ ଉଚ୍ଚ ଡିଆଁରେ ରଶ୍ମିତା ବେହେରା, ୮୦୦ ମିଟର ଦୌଡ଼ରେ ମିତାଲି ମହାଳିକ, ଡିସ୍‌କସ୍‌ ଥ୍ରୋରେ ସସ୍ମିତା ବେହେରା, ପୁରୁଷ ଜାଭେଲିନ୍‌ରେ ଏସ୍‌ଏସ୍‌ ବାବୁ, ଲମ୍ବଡିଆଁରେ ଆଶୁତୋଷ କୁମାର, ୮୦୦ ମିଟର ଦୌଡ଼ରେ ସୁରେଶ ଲାକ୍ରା ପ୍ରଥମ ହୋଇଛନ୍ତି। ପ୍ରତିଯୋଗିତାରେ ୩୧ ଜିଲ୍ଲା ଦଳ ସହ ୧୮ ବାଟାଲିଅନ୍‌ ଦଳ, ରେଳବାଇ ପ୍ରତିଷ୍ଠାନରୁ ୨, କମିସନରେଟ ପୁଲିସ୍‌ରୁ ୨କୁ ମିଶାଇ ମୋଟ ୫୩ ଦଳରୁ ୯୯୯ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୮୦୦ ପୁରୁଷ ଓ ୧୯୯ ମହିଳା ପ୍ରତିଯୋଗୀ ରହିଛନ୍ତି। ପୁରୁଷଙ୍କ ପାଇଁ ୨୩ ବିଭାଗ ଓ ମହିଳାଙ୍କ ପାଇଁ ୧୩ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୯ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ରାଜ୍ୟ ଅପରାଧ ଓ ଅନୁସନ୍ଧାନ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ଅଖିଳେଶ୍ବର ସି˚ହ ଉପସ୍ଥିତ ଥିବାବେଳେ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର