ପୁଲିସ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

କଟକ: ଓସିଏ କ୍ଲବ୍‌ଠାରେ ଚାଲିଥିବା ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏକକ ବିଭାଗରେ ଏସ୍‌ପି ତମାଙ୍ଗ ବିଜେତା ଓ ଏସ୍‌ ଶିବ ସୁବ୍ରମଣି ଉପବିଜେତା ହୋଇଥିଲେ। ଯୁଗଳରେ ଦେବେନ୍ଦ୍ର ନାଥ ବେହେରା-ଏସ୍‌ପି ତମାଙ୍ଗ ଯୋଡ଼ି ବିଜେତା ଓ ମହେନ୍ଦ୍ର ପ୍ରତାପ-ଏସ୍‌ ଶିବ ସୁବ୍ରମଣି ଯୋଡ଼ି ଉପ ବିଜେତା ହୋଇଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ବିିଭିନ୍ନ ପୁଲିସ୍‌ ଜିଲ୍ଲା ଓ ପ୍ରତିଷ୍ଠାନରୁ ୩୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁଲିସ୍‌ ମୁଖ୍ୟାଳୟର ଆଇଜି ତଥା ସଂଗଠନ ସମ୍ପାଦକ ଅସିତ୍‌ ପାଣିଗ୍ରାହୀ,ଏଆଇଜି ଦିଲ୍ଲୀପ କୁମାର ଦାସ, କ୍ରୀଡ଼ା ଅଧିକାରୀ ତଥା ସହକାରୀ ସଂଗଠନ ସମ୍ପାଦକ ବିଭୂତି ଭୂଷଣ ପରିଡ଼ା, ସହକାରୀ ଦୁର୍ଗପତି ଦିପକ କୁମାର ଗଡ଼ନାୟକ ପ୍ରମୁଖ ପୁରସ୍କାର ପ୍ରଦାନ ସମାରୋହରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର