୬ ନମ୍ବର ଗ୍ୟାଲେରିରୁ ଖେଳାଳିଙ୍କ ଅଭ୍ୟାସ ଦେଖିବାକୁ ଅନୁମତି

ପୁଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା

କଟକ,୧୦ା୬ (ଇମିସ): ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ବାରବାଟୀରେ ଅଭ୍ୟାସ କରିବାକୁ ଆସିବେ। ଷ୍ଟାଡିୟମ ଚାରିପଟେ ସୁରକ୍ଷା ବଳୟ ଥିବାରୁ ସାଧାରଣ ଦର୍ଶକଙ୍କୁ ଅଭ୍ୟାସ ଦେଖିବା ପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟା‌େଲରି ଖୋଲା ରହିବ। ଏହା ବ୍ୟତୀତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲ୍ଡ ପାଭିଲିୟନରୁ ଖବର ପରିବେଷଣ କରିବାକୁ ସୁଯୋଗ ଦିଆଯାଇଛି। ତେବେ ‌ଦର୍ଶକଙ୍କ ବ୍ୟବହାର ଉପରେ ନଜର ରଖିବା ପାଇଁ ଗ୍ୟାଲେରିରେ ପୁଲିସ୍‌ ମୁତୟନ ରହିବେ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

ପୁଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା

ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନୀଲ କୁମାର ବ˚ଶଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଏଡିଜି (ଆଇନ୍‌ ଶୃଙ୍ଖଳା) ଆର‌୍‌ କେ ଶର୍ମା, ଭୁବନେଶ୍ବର-କଟକ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି, ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ। ଉଭୟ ଦଳର ସୁରକ୍ଷା ବ୍ୟବସ୍ଥା ସ˚କ୍ରାନ୍ତରେ ପୁଲିସ୍‌ କମିସନର ଡିଜିପିଙ୍କୁ ଅବଗତ କରାଇଥିଲେ। ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ ଓ ଷ୍ଟାଡିୟମ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଖେଳର ସୁପରିଚାଳନା ପାଇଁ ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଏସିପି, ୪୫ ଇନ୍ସପେକ୍ଟର, ୨୭୭ ଏସ୍‌ଆଇ/ଏଏସ୍‌ଆଇ, ୨୧ ଟ୍ରାଫିକ ହାବିଲଦାର, ୯୨ ଟ୍ରାଫିକ କନଷ୍ଟେବଳ, ୧୭୬ ଏପିଆର‌୍‌ କନଷ୍ଟେବଳ, ୪୩ ମହିଳା କନଷ୍ଟେବଳ, ୧୭୧ ହୋମଗାର୍ଡ, ୧୮୬ ସେକ୍ସନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର