କଟକ: ୟୁନିଅନ୍ ସ୍ପୋର୍ଟିଂ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ପିଭିଆର୍ ମୂର୍ତ୍ତି ଅନ୍ତଃ ବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ପୁଲିସ ଉଚ୍ଚ ବିଦ୍ୟାଳୟ ସେମିଫାଇନାଲ୍ରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ରେ ପୁଲିସ ଉଚ୍ଚ ବିଦ୍ୟାଳୟ ୮ ଓ୍ଵିକେଟରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍କୁ ହରାଇଛି। ପୁଲିସ୍ ଉଚ୍ଚ ବିଦ୍ୟାଳୟ ଟସ୍ ଜିତି ବୋଲିଂ କରିଥିଲା। ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ୨୪.୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୩୦ ରନ୍ କରିଥିଲା। ଆରିହାନ୍ତ ପଟ୍ଟନାୟକ ୪୦ ଓ ପୁନ୍ୟ ମହାନ୍ତି ୨୦ ରନ୍ କରିଥିଲା ବେଳେ ପୁଲିସ୍ ବିଦ୍ୟାଳୟର ସୋଏବ ଖାନ୍ ସର୍ବାଧିକ ୩ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଜବାବରେ ପୁଲିସ ଉଚ୍ଚ ବିଦ୍ୟାଳୟ ୨୩ ଓଭରରେ ୨ ଓ୍ଵିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା। ଆଦିତ୍ୟ ଦାସ ୬୭ ରନ୍ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏଥିପାଇଁ ଆଦିତ୍ୟଙ୍କୁ କେମ୍ବ୍ରିଜ୍ ସ୍କୁଲ୍ ଅଧ୍ୟକ୍ଷ ହର୍ମନ ବିଜୟ ଲାକ୍ରା ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚକୁ ମହମ୍ମଦ ଆକ୍ରମ ଓ ଶୁଭଦିତ୍ ମୁଖାର୍ଜୀ ପରିଚାଳନା କରିଥିଲେ। ଗୁରୁବାର କେମ୍ବ୍ରିଜ୍ ଓ ନିଉ ଷ୍ଟିଓ୍ଵାର୍ଟ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଅନୁଷ୍ଠିତ ହେବ।
ସେମିରେ ପୁଲିସ ଉଚ୍ଚ ବିଦ୍ୟାଳୟ
ପିଭିଆର୍ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ
/sambad/media/post_attachments/wp-content/uploads/2018/04/PVR-Murthy-inter-school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)