କଟକ: କଟକରେ ଚାଲିଥିବା ପ୍ରଥମ ରାଜ୍ୟ ପୁଲିସ୍ ସନ୍ତରଣ ଓ କ୍ରସ୍କଣ୍ଟ୍ରି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସମ୍ବଲପୁର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସମ୍ବଲପୁର ଜିଲ୍ଲା ପୁଲିସ ସନ୍ତରଣରେ ବ୍ୟକ୍ତିଗତ ଭାବେ ୫ ପଦକ ହାସଲ କରିଥିଲା ବେଳେ ରିଲେରେ ଦଳଗତ ବିଜେତା ହୋଇଛି। ଦ୍ୱିତୀୟ ସ୍ଥାନରେ ଓଏସ୍ଏପି ଷଷ୍ଠ ବାଟାଲିୟନ୍ (କଟକ) ଏବଂ ଓଡ଼ିଶା ଅଗ୍ନିଶମ ସେବା ରହିଛି। ଓସିଏ କ୍ଲବ୍ ସୁଇମିଂ ପୁଲ୍ରେ ଦ୍ୱିତୀୟ ଦିନ ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ରେ ସମ୍ବଲପୁର ଜିଲ୍ଲା ପୁଲିସ୍ର ରୁଷବ ସୁନା ପ୍ରଥମ, କମିସନରେଟ୍ ପୁଲିସ୍-ବି’ର ସୁଶୀଲ୍ ଲାକ୍ରା ଦ୍ୱିତୀୟ ଓ ସମ୍ବଲପୁର ଜିଲ୍ଲା ପୁଲିସ୍ର ମନୋଜ କୁମାର ବାଞ୍ଚୋର୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୦୦ ମିଟର ଫ୍ରି’ ଷ୍ଟାଇଲ୍ରେ ସମ୍ବଲପୁର ଜିଲ୍ଲା ପୁଲିସର କିଶୋର ଲୁହା ଓ ସୁବ୍ରତ କୁମାର ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଏବଂ ଓଏସ୍ଏପି ଷଷ୍ଠ ବାଟାଲିିୟନ୍(କଟକ)ର ସୁବୋଧ ମାଝୀ ତୃତୀୟ ସ୍ଥାନ ପାଇଥିଳେ। ସନ୍ତରଣର ୫୦ମିଟର ବଟରଫ୍ଲାଏରେ ସମ୍ବଲପୁର ଜିଲ୍ଲା ପୁଲିସ୍ର କିଶୋର ଲୁହା ପ୍ରଥମ, କମିସନ୍ରେଟ୍ ପୁଲିସ୍-ବି’ର ମୋହନ ଭୋଇ ଦ୍ୱିତୀୟ ଓ ଓଡ଼ିଶା ଅଗ୍ନିଶମ ସେବାର କିରଣ ଚନ୍ଦ୍ର ପରିଡ଼ା ତୃତୀୟ ହୋଇଥିବା ବେଳେ ୪ ଗୁଣା ୫୦ ମିଟର ଫି୍ର-ଷ୍ଟାଇଲ୍ ରିଲେରେ ସମ୍ବଲପୁର ଜିଲ୍ଲା ପୁଲିସ୍ ପ୍ରଥମ, ଓଡ଼ିଶା ଅଗ୍ନିଶମ ସେବା ଦ୍ୱିତୀୟ ଓ ଓଏସ୍ଏପି ଷଷ୍ଠ ବାଟାଲିୟନ୍ ତୃତୀୟ ସ୍ଥାନରେ ରହିଥିଲା।
ପୁଲିସ୍ ସନ୍ତରଣ: ରିଲେରେ ସମ୍ବଲପୁର ବିଜେତା
/sambad/media/post_attachments/wp-content/uploads/2018/07/swimming-pool.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)