କଟକ: ରାଜ୍ୟ ପୁଲିସ୍ ସନ୍ତରଣ ଓ କ୍ରସ୍କଣ୍ଟ୍ରି ପ୍ରତିଯୋଗିତା ସୋମବାରଠୁ ଆରମ୍ଭ ହୋଇଛି। ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଆସନ୍ତା ୪ ତାରିଖରେ ଏହା ଉଦ୍ଯାପିତ ହେବ। ପ୍ରଥମ ଥର ପାଇଁ ଆରମ୍ଭ ହେଉଥିବା ସନ୍ତରଣ ପ୍ରତିଯୋଗିତାକୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କ୍ଲବ୍ ସୁଇମିଂ ପୁଲ୍ରେ ଆୟୋଜନ କରାଯାଉଛି। ସନ୍ତରଣରେ ବିଭିନ୍ନ ଜିଲ୍ଲା, ବାଟାଲିଅନ୍ ଓ ପ୍ରତିଷ୍ଠାରୁ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ମୋଟ ୮ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ୨୦୦ ମିଟର ଫ୍ରି ଷ୍ଟାଇଲ୍ରେ ସମ୍ବଲପୁରର କିଶୋର ଲୁହା, ୫୦ ମିଟର ଫ୍ରି ଷ୍ଟାଇଲ୍ ଓ ବ୍ୟାକ୍ ଷ୍ଟ୍ରୋକ୍ରେ ଋଷଭା ସୁନା, ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ରେ ଅଷ୍ଟମ ଆଇଆର୍ବିର ସୁରେଶ ମିଞ୍ଜ, ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ରେ କମିସନରେଟ ପୁଲିସ୍-ବି’ର ମୋହନ ଭୋଇ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ କ୍ରସ୍କଣ୍ଟି୍ର ପ୍ରତିଯୋଗିତା ୪ ତାରିଖ ସକାଳ ୬ଟାରେ ଆୟୋଜିତ ହେବ। ଏହି ଦୁଇ ପ୍ରତିଯୋଗିତାରୁ ଶ୍ରେଷ୍ଠ ପ୍ରତିଯୋଗୀମାନେ ଜାତୀୟସ୍ତରରେ ଓଡ଼ିଶା ପୁଲିସ୍କୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦିଆଯାଇଛି। ସୋମବାର ହୋଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଷଷ୍ଠ ବାଟାଲିଅନ୍ର ଦୁର୍ଗପତି ଲିଙ୍ଗରାଜ ପରିଡ଼ା, ଏଆଇଜି ବିଜୟ କୁମାର ବାବୁ, ପୁଲିସ୍ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ପୁଲିସ୍ ସନ୍ତରଣ ଓ କ୍ରସ୍କଣ୍ଟି୍ର ପ୍ରତିଯୋଗିତା ଉଦ୍ଘାଟିତ
/sambad/media/post_attachments/wp-content/uploads/2018/07/swimming.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)