ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ସଭାପତି ବ୍ରଜଭୁଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ କରି ଆଜକୁ ୧୧ ଦିନ ଧରି ଜନ୍ତରମନ୍ତରଠାରେ ଚାଲିଥିବା ଧାରଣାସ୍ଥଳରେ ବୁଧବାର ମଧ୍ୟ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଧାରଣାରତ କୁସ୍ତି ଯୋଦ୍ଧାଙ୍କ ସହିତ ପୁଲିସର ମୁହାଁମୁହିଁ ହୋଇଛି। କୁସ୍ତି ଯୋଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ, ପୁଲିସ ସେମାନଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲା।

Advertisment

ଦିଲ୍ଲୀ ପୁଲିସ କହିଛି ଯେ, ଆମ ଆଦମୀ ପାର୍ଟିର ମାଲଭିଆ ନଗର ଏମଏଲଏ ସୋମନାଥ ଭାରତୀ ଏକ ମାର୍ଥା ଖଟ ଧରି ଧାରଣାସ୍ଥଳରେ ବିନା ଅନୁମତିରେ ପ୍ରବେଶ କରିଥିଲେ। ତେଣୁ ତାଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇଛି। ଏ ସଂକାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ, ସମଗ୍ର ଦେଶରେ ଏହା ବିରୋଧରେ ସ୍ବର ଉତ୍ତୋଳନ ହେବା ଆବଶ୍ୟକ। ପୁଲିସ ବଳପୂର୍ବକ ମହିଳାଙ୍କୁ ଅସଦାଚରଣ କରୁଥିବାବେଳେ ବିଜ୍ରଭୂଷଣଙ୍କୁ ସୁରକ୍ଷା ଦେବାରେ ଲାଗିଛି। ଶ୍ରୀ ସିଂହଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଉଠିଛି। ଏ ସଂକ୍ରାନ୍ତରେ ବ୍ରିଜ ଭୂଷଣ କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଏକ ରୀତିମତ ଷଡଯନ୍ତ୍ର।