ଡ୍ରିମ୍‌ସରେ ପଲିଫେଷ୍ଟ-୨୦୧୮ ଉଦ୍‌ଘାଟିତ

କଟକ: ଅନ୍ତଃପଲିଟେକନିକ୍‌ ପ୍ରତିଭା ଅନ୍ବେଷଣ ‘ପଲିଫେଷ୍ଟ-୨୦୧୮’ ମଙ୍ଗଳବାର ଡ୍ରିମ୍‌ସ ସ୍ପୋର୍ଟସ କମ୍ପ୍ଲକ୍ସରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ(ଡିଟିଇଆଣ୍ତଟି) ଆନୁକୂଲ୍ୟରେ ଆୟୋଜିତ ଜୋନ୍‌-୧ ସ୍ତରୀୟ ଏହି ପ୍ରତିଯୋଗିତାରେ କଟକ, ‌ଢେଙ୍କାନାଳ, ଯାଜପୁର, ଅନୁଗୁଳ ଜିଲ୍ଲାର ୧୫ଟି ପଲିଟେକନିକ୍‌ ଶିକ୍ଷାନୁଷ୍ଠାନରୁ ଉଭୟ ବାଳିକା ଓ ବାଳକ ବର୍ଗରେ ୨୦୦ରୁ ଅଧିକ ପ୍ରତିଯୋଗୀ ଅ˚ଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନ ବ୍ୟାଡମିଣ୍ଟନ, ଫୁଟବଲ ଓ ଭଲିବଲ ଅନୁଷ୍ଠିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ କର୍ପୋରେଟର ଉଦୀୟମାନ ଭଲିବଲ ଖେଳାଳି ନବକିଶୋର ସ୍ବାଇଁ ମୁଖ୍ୟ ଅତିଥି, ସାମ୍ବାଦିକ ପବିତ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଡ୍ରିମ୍‌ସ ପଲିଟେକନିକର ଏକାଡେମିକ ନିର୍ଦ୍ଦେଶକ ପ୍ରାଧ୍ୟାପକ ଲୋକନାଥ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଇ˚ଜିନିୟର ତପସ୍ବିନୀ ସାହୁ, ମୁଖ୍ୟ ସ˚ଯୋଜକ ଅଧ୍ୟାପକ ସୌମେନ୍ଦୁ ଦାସଙ୍କ ସମତେ ବିଭିନ୍ନ ପଲିଟେକନିକର କ୍ରୀଡା ପ୍ରଶିକ୍ଷକ, ଅଧ୍ୟାପକ/ଅଧ୍ୟାପକ ଉପସ୍ଥିତ ଥିଲେ। ଆସନ୍ତା୧୬ ତାରିଖରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର