ଦୁବାଇ: େଓ୍ଵଷ୍ଟଇଣ୍ଡିଜ୍ର ଦୁଇ ତାରକା କ୍ରିକେଟର କିରଣ ପୋଲାର୍ଡ ଏବଂ ସୁନୀଲ ନରିନ ଆଇପିଏଲ୍ରେ ଅଲଗା ଅଲଗା ଦଳରୁ ଖେଳୁଥିଲେ। ପରସ୍ପର ବିପକ୍ଷରେ ଲଢ଼ୁଥିଲେ। ସାଧାରଣ ଜୀବନରେ କିନ୍ତୁ ଉଭୟ ଭଲ ବନ୍ଧୁ। ଦୁଇ ଜଣ ଯାକଙ୍କ ଦଳ ଆଇପିଏଲ-୧୧ରୁ ବାହାର ହୋଇ ସାରିଛନ୍ତି। ସେଥିପାଇଁ ଉଭୟ ଭାରତର ବିଭିନ୍ନ ସ୍ଥାନ ବୁଲି ସମୟ କଟାଉଛନ୍ତି। ଶନିବାର ନରିନଙ୍କ ୩୦ତମ ଜନ୍ମଦିବସ ଅବସରରେ ପୋଲାର୍ଡ ଆରବ ଶେଖ୍ ବେଶରେ ଦୁଇ ଜଣ ଉଠାଇଥିବା ଏକ ଫଟୋ ଟ୍ଵିଟ୍ କରିଥିଲେ। ନରିନଙ୍କୁ ଟ୍ୟାଗ୍ କରି ପୋଲାର୍ଡ ଲେଖିଥିଲେ ଯେ ତୁମକୁ ଜନ୍ମଦିନର ଶୁଭେଚ୍ଛା। ବୋଲରରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏବଂ ଅଲରାଉଣ୍ଡର ଭୂମିକା। ତୁମେ ଏହାକୁ ମନଭରି ଉପଭୋଗ କର। ସୂଚନାଯୋଗ୍ୟ ଯେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଥିବା ନରିନ ଚଳିତ ଋତୁରେ ୧୬ ମ୍ୟାଚ୍ ଖେଳି ୩୬୭ ରନ୍ କରିଛନ୍ତି। ସେ ମଧ୍ୟ ୧୭ ଓ୍ଵିକେଟ୍ ଅକ୍ତିିଆର କରିଛନ୍ତି। ପୋଲାର୍ଡଙ୍କ ପ୍ରଦର୍ଶନ କିନ୍ତୁ ସେତେଟା ଭଲ ନଥିଲା। ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଖେଳି ୯ ମ୍ୟାଚ୍ ଖେଳି ମାତ୍ର ୧୩୩ ରନ୍ କରିଛନ୍ତି।
ଆରବ ଶେଖ୍ ବେଶରେ ପୋଲାର୍ଡ-ନରିନ
/sambad/media/post_attachments/wp-content/uploads/2018/05/narin-and-polard.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)