ପୋଲାର୍ଡ ଏମ୍‌ଆଇ ଏମିରେଟ୍ସ, ରସିଦ୍‌ ଏମ୍‌ଆଇ କେପ୍‌ ଟାଉନ୍‌ ଦଳର ଅଧିନାୟକ ମନୋନୀତ

ମୁମ୍ବାଇ : ଏମ୍‌ଆଇ ଗ୍ଲୋବାଲ୍‌ ପକ୍ଷରୁ ଶୁକ୍ରବାର ଏମ୍‌ଆଇ ଏମିରେଟ୍ସ ଓ ଏମ୍‌ଆଇ କେପ୍‌ ଟାଉନ୍‌ ପାଇଁ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ କାଇରନ୍‌ ପୋଲାର୍ଡଙ୍କୁ ଏମିରେଟ୍ସର ଏବଂ ଆଫଗାନିସ୍ଥାନର ରସିଦ୍‌ ଖାନ୍‌ଙ୍କୁ କେପ୍‌ ଟାଉନ୍‌ର ଅଧିନାୟକ ଭାବେ ମନୋନୀତ କରାଯାଯାଇଛି।

ଜାନୁଆରିରୁ ୟୁଏଇ ଓ ଦକ୍ଷିଣ ଆଫ୍ରି‌କାରେ ପ୍ରଥମ ଥର ଆଇପିଏଲ୍‌ ଢାଞ୍ଚାରେ ଘରୋଇ ଟ୍ବେଣ୍ଟି-୨୦ ଲିଗ୍‌ ଆରମ୍ଭ ହେଉଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଦୁଇ ପ୍ରତିଯୋଗିତା ପାଇଁ ତା’ର ପରିବର୍ଦ୍ଧିତ ଦଳକୁ ନେଇ ଓହ୍ଲାଇବ। ଉଭୟ ଦଳରେ ବିଶ୍ବର ଅନେକ ଶ୍ରେଷ୍ଠ‌ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ପୋଲାର୍ଡଙ୍କ ଦଳରେ ଡ୍ବେନ୍‌ ବ୍ରାଭୋ, ନିକୋଲାସ ପୁରନ୍‌, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିରଙ୍କ ଭଳି ଖେଳାଳି ଥିବା ବେଳେ ରସିଦ ଖାନ୍‌ଙ୍କ ଦଳରେ କାଗିସୋ ରବାଦା, ଦେୱାଲ୍ଡ ବ୍ରେଭିସ୍‌, ରାସି ଭାନ୍‌ ଡର୍‌ ଦୁସେନ୍‌, ଜୋଫ୍ରା ଆର୍ଚର, ସାମ୍‌ କରନ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ପ୍ରମୁଖ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର