ପର୍ଥ : ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ହୃଦ୍ଘାତର ଶିକାର ହେବାରୁ ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପଣ୍ଟିଂ କମେଣ୍ଟ୍ରି କରୁଥିଲା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା। ଅସହଜ ଅନୁଭବ କରିବାରୁ ମଧ୍ୟାହ୍ନ ଭୋଜନ ବିରତି ବେଳେ ସେ ଷ୍ଟାଡିୟମ ଛାଡ଼ିଥିଲେ। ୨ ମ୍ୟାଚ୍ ବିଶିଷ୍ଟ ଅଷ୍ଟ୍ରେଲିଆର ଏହି ଘରୋଇ ଶୃଙ୍ଖଳା ଲାଗି ୪୭ ବର୍ଷୀୟ ପଣ୍ଟିଂ ସେଭେନ୍ ନେଟ୍ୱାର୍କ କମେଣ୍ଟ୍ରି ଦଳ ସହ ରହିଛନ୍ତି। ‘‘ପଣ୍ଟିଂଙ୍କ ଦେହ ଭଲ ନାହିଁ, ତେଣୁ ଆଜି ଆଉ କମେଣ୍ଟ୍ରି କରିପାରିବେନି। ଆସନ୍ତାକାଲି କିମ୍ବା ଆଗାମୀ ଟେଷ୍ଟରେ କରିବେ କି ନାହିଁ ତାହା ଜଣାପଡ଼ିନି’’ ବୋଲି ବ୍ରଡକାଷ୍ଟର ଚାନେଲ ୭ର ଜଣେ ମୁଖପାତ୍ର ଶୁକ୍ରବାର ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
କମେଣ୍ଟ୍ରି ବେଳେ ପଣ୍ଟିଂଙ୍କୁ ହୃଦ୍ଘାତ
/sambad/media/post_attachments/wp-content/uploads/2022/12/panting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)