ଲକ୍ଷ୍ନୌ: ଭାରତ ଓ ଅଷ୍ଟ୍ରେଲିଆ ‘ଏ’ ଦଳ ମଧ୍ୟରେ ଚାଲିଥିବା ପ୍ରଥମ ଅନୌପଚାରିକ ଟେଷ୍ଟ୍ ଡ୍ର’ରେ ଶେଷ ହୋଇଛି। ଭ୍ରମଣକାରୀ କଙ୍ଗାରୁ ଦଳ ୫୩୨/୬ରେ ପାଳି ଘୋଷଣା କରିଥିଲା। ଶେଷ ଦିନ ୪୦୩/୪ରୁ ଖେଳ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଅଧିବେଶନ ଆରମ୍ଭ ବେଳକୁ ୧ ରନ୍ ପଛରେ ଥିଲା ବେଳେ ବର୍ଷା ବାଧା ସୃଷ୍ଟି କରିଥିଲା। ଦଳୀୟ ସ୍କୋର୍ ୫୩୧/୭ ଥିଲା ବେଳେ ଶ୍ରେୟସ୍ ଆୟର ପାଳି ଘୋଷଣା କରିଥିଲେ।
ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ଦଳ ୧୬ ଓଭରରେ ୬୫ ରନ୍ ଯୋଡ଼ିବା ପରେ ଉଭୟ ଦଳ ଡ୍ର’ ଲାଗି ସହମତି ଦେଇଥିଲେ। ଶୁକ୍ରବାର ସକାଳ ଅଧିବେଶନରେ ପୂର୍ବଦିନର ଦୁଇ ଅପରାଜିତ ଭାରତୀୟ ବ୍ୟାଟର୍ ଦେବଦତ୍ତ ପଡ଼ିକଲ ଓ ଧ୍ରୁବ ଜୁରେଲଙ୍କ ଭାଗୀଦାରି ଆଗକୁ ବଢ଼ାଇଥିଲେ। ଉଭୟ ପଞ୍ଚମ ୱିକେଟ୍ରେ ୨୨୮ ରନ୍ର ଭାଗୀଦାରି ଗଢ଼ିଥିଲେ। ଜୁରେଲ ୧୪୦ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ। ପଡ଼ିକଲ (୧୫୦) ନିଜର ସପ୍ତମ ପ୍ରଥମ ଶ୍ରେଣୀ ଶତକ ପୂରଣ ପରେ ଆଉଟ୍ ହୋଇଥିଲେ। ଉଭୟ ଦଳ ଦ୍ବିତୀୟ ଟେଷ୍ଟ୍ ୨୩ ତାରିଖରେ ଏହି ପଡ଼ିଆରେ ଖେଳିବେ।