ଆନନ୍ଦପୁର: କେନ୍ଦୁଝରଜିଲ୍ଲା ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଢେଙ୍କାନାଳର ପପୁଲାର କ୍ଲବ୍‌ ୧-୦ ଗୋଲ୍‌ରେ ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମିକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧ ଶେଷ ଆଡ଼କୁ ପପୁଲାର କ୍ଲବ୍‌ ଗୋଟିଏ ଗୋଲ୍‌ ଦେଇ ବିଜୟ ବାନା ଉଡ଼ାଇଥିଲା।

Advertisment

ଶୁକ୍ରବାର ମ୍ୟାଚ୍‌ରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ. କୃଷ୍ଣଚନ୍ଦ୍ର ଦାଶ, ଆନନ୍ଦପୁର ଆଇଟିଆଇର ଅଧ୍ୟକ୍ଷ ବଳରାମ ସେଠୀ, ଦୀନଦୟାଲ ମେଲ୍‌ର ସମ୍ପାଦକ ଶିବଶରଣ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରେଫରି ଧନେଶ୍ଵର ସର୍ଦ୍ଦାର, ଆଲୋକ ଦେହୁରୀ, ଚନ୍ଦନ ସାହୁ, ଆୟୁଷକାନ୍ତି ସ୍ଵାଇଁ ଖେଳ ପରିଚାଳନା କରିଥିଲେ।

ବିନୋଦ ମିଶ୍ର, ସମ୍ପାଦକ ଗଗନ ସିଂହ, ସହସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ରମେଶ ସିଂ, ସଦସ୍ୟ ଅଶୋକ କୁମାର ରାଉଳ, ବିରଜା ପ୍ରସାଦ ନାୟକ, ଦେବବ୍ରତ କରଣ, ଅଖିଳ କୁମାର ପଟ୍ଟନାୟକ, ବସନ୍ତ କୁମାର ସାହୁ, ମନୋରଂଜନ ସିଂ, ଆଦିକନ୍ଦ ମହାକୁଡ଼, ତପନ ଜେନା, ପ୍ରସନ୍ନ କୁମାର ମିଶ୍ର, ଅନିମେଷ ମିଶ୍ର, ବାଇଧର ସେଠୀ, ଅଜୟ ସେଠୀ, ସଞ୍ଜୀବ କୁମାର ସିଂ, ସୁଦର୍ଶନ ରଣା, ମାର୍କଣ୍ଡ ସାମଲ, ସୁଶାନ୍ତ ସାମଲ ସହଯୋଗ କରିଥିଲେ। ଶନିବାର ପପୁଲାର କ୍ଲବ୍‌ ଓ ୟୁନାଇଟେଡ କ୍ଲବ୍‌ (ଗଣ୍ଡରପୁର) ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ।