ମସ୍କୋ: ମସ୍କୋ ଫୁଟବଲ୍ ବିଶ୍ୱକପ୍ ଆଉ ମାତ୍ର ୧୫ ଦିନ ଥିଲା ବେଳେ ବିଭିନ୍ନ ଦଳ ନିଜ ନିଜର ଦକ୍ଷତା ତଉଲିବା ଆରମ୍ଭ କରି ଦେଇଛନ୍ତି। ଅଭ୍ୟାସ ମ୍ୟାଚ୍ ଖେଳି ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ମଙ୍ଗଳବାର ଖେଳା ଯାଇଥିବା ଅଭ୍ୟାସ ମ୍ୟାଚ୍ରେ ୟୁରୋପୀୟ ବିଜେତା ପର୍ତୁଗାଲ କିନ୍ତୁ ପ୍ରଭାବହୀନ ପ୍ରଦର୍ଶନ କରିଛି। ଏକଦା ଦୁଇଟି ଗୋଲ୍ ଆଗୁଆ ଥାଇ ମଧ୍ୟ ଟ୍ୟୁନିସିଆ ଭଳି ଦୁର୍ବଳ ଦଳ ସହ ଖେଳିଥିବା ଅଭ୍ୟାସ ମ୍ୟାଚକୁ ଅମୀମାଂସିତ ରଖିଛି। ସେପଟେ ବିଶ୍ୱକପର ଅନ୍ୟତମ ଦାବିଦାର ଫ୍ରାନ୍ସ ସହଜ ବିଜୟ ହାସଲ କରି ଆତ୍ମବିଶ୍ୱାସ ବଢ଼ାଇଛି। ଇସ୍ତାନବୁଲରେ ଖେଳା ଯାଇଥିବା ମ୍ୟାଚରେ ଇରାନ ୧-୨ ଗୋଲ୍ରେ ତୁର୍କିଠାରୁ ହାରି ଯାଇଛି। ଅନ୍ୟ ପକ୍ଷରେ େଓ୍ଵଲ୍ସର ରକ୍ଷାପ୍ରାଚୀରକୁ ଭାଙ୍ଗିବାକୁ ମେକ୍ସିକୋ ସକ୍ଷମ ହୋଇ ନାହିଁ। ଏହି ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ ଗୋଲ୍ଶୂନ୍ୟ ରହିଛି।