ପାଓ୍ଵାର କପ୍‌ କ୍ରିକେଟ୍‌ କ୍ୱାର୍ଟର ଫାଇନାଲ୍‌ ଆଜିଠୁ

ଭୁବନେଶ୍ୱର: ଓପିଟିସିଏଲ୍‌ ଆନୁକୂଲ୍ୟରେ ରେଳବାଇ କ୍ରିକେଟ୍‌ ଷ୍ଟାଡିୟମ୍‌ ଓ ଇଡ୍‌କୋ ପଡ଼ିଆରେ ମିଳିତ ଭାବେ ଆୟୋଜିତ ପାଓ୍ଵାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣରେ ଶନିବାର ଓଏଚ୍‌ପିସି, ନେସ୍‌କୋ, ଗ୍ରିଡ୍‌କୋ ଓ ସେସୁ ବିଜୟ ହାସଲ କରିଛନ୍ତି। ଏଥି ସହିତ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇ କ୍ୱାର୍ଟର ଫାଇନାଲ୍‌ ଦଳ ଚୂଡାନ୍ତ ହୋଇଯାଇଛି। କ୍ୱାର୍ଟର ଫାଇନାଲ୍‌ରେ ନାଲ୍‌କୋ-ନେସ୍‌କୋ, ଓପିଟିସିଏଲ୍‌-ଫେଡ୍‌କୋ, ସେସୁ-େଓ୍ଵସ୍‌କୋ ଏବଂ ଇଡ୍‌କୋ-ବେଦାନ୍ତ ମୁହାଁମୁହିଁ ହେବେ।

ଶନିବାର ପ୍ରଥମ ମ୍ୟାଚ୍‌ରେ ଓଏଚ୍‌ପିସି (୧୦.୫ ଓଭରରେ ୮୮/୨) ୮ ଓ୍ଵିକେଟ୍‌ରେ ଓପିଜିସି (୧୯ ଓଭରରେ ୮୭)କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ୨୦ ରନ୍‌ରେ ୬ ଓ୍ଵିକେଟ୍‌ ନେଇଥିବା ଭିପିଏନ୍‌ ରାଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ନେସ୍‌କୋ (୧୪୮/୮) ୨୮ ରନ୍‌ରେ ଏନ୍‌ଟିପିସି (୧୯.୧ ଓଭରରେ ୧୨୦)କୁ ପରାସ୍ତ କରିଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସମୀର ଦାସ (୪ ଓ୍ଵିକେଟ୍‌ ଓ ୩୭ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତୃତୀୟ ମ୍ୟାଚ୍‌ରେ ଗ୍ରିଡ୍‌କୋ (୧୨୭/୭) ୬୭ ରନ୍‌ରେ ଓପିଜିସି (୧୨ ଓଭରରେ ୫୫)କୁ ହରାଇଥିଲା। ୮ ରନ୍‌ରେ ୭ ଓ୍ଵିକେଟ୍‌ ନେଇଥିବା ପ୍ରିୟରଞ୍ଜନ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚତୁର୍ଥ ତଥା ଶେଷ ମ୍ୟାଚ୍‌ରେ ସେସୁ (୧୩.୪ ଓଭରରେ ୮୫/୪) ୬ ଓ୍ଵିକେଟ୍‌ରେ ଓଇଆର୍‌ସି (୮୭/୭)କୁ ପରାସ୍ତ କରିଥିଲା। ବିପିନ ନନ୍ଦୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର