ଭୁବନେଶ୍ୱର: ଓପିଟିସିଏଲ୍ ଆନୁକୂଲ୍ୟରେ ରେଳବାଇ କ୍ରିକେଟ୍ ଷ୍ଟାଡିୟମ୍ ଓ ଇଡ୍କୋ ପଡ଼ିଆରେ ମିଳିତ ଭାବେ ଆୟୋଜିତ ପାଓ୍ଵାର କପ୍ କ୍ରିକେଟ୍ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣରେ ଫେଡ୍କୋ ଓ ବେଦାନ୍ତ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରଥମ ଦିବସରେ ଓପିଜିସିକୁ ୮ ଓ୍ଵିକେଟ୍ରେ ପରାସ୍ତ କରିଥିବା ଫେଡ୍କୋ ଶୁକ୍ରବାର ଗ୍ରିଡ୍କୋକୁ ୯ ଓ୍ଵିକେଟ୍ରେ ପରାସ୍ତ କରିଛି। ଗ୍ରିଡ୍କୋ ୯ ଓ୍ଵିକେଟ୍ ବିନିମୟରେ ୯୭ ରନ୍ କରିବା ପରେ ଫେଡ୍କୋ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ୧୦୩ ରନ୍ ସହ ମ୍ୟାଚ୍ ଜିତି ନେଇଥିଲା। ୪୨ ବଲ୍ରୁ ୫୯ ରନ୍ କରିଥିବା ଦିବାକର ସାହୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫଳରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫେଡ୍କୋ କ୍ୱାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛି। କ୍ୱାର୍ଟର ଫାଇନାଲ୍ରେ ଫେଡ୍କୋର ମୁକାବିଲା ଆୟୋଜକ ଓପିଟିସିଏଲ୍ ସହ ହେବ। ସେହିପରି ପ୍ରଥମ ଦିବସରେ ଓପିଜିସିକୁ ୧୦୮ ରନ୍ରେ ହରାଇଥିବା ବେଦାନ୍ତ ଶୁକ୍ରବାର ଓଏଚ୍ପିସିକୁ ୫ ଓ୍ଵିକେଟ୍ରେ ପରାସ୍ତ କରି ଦ୍ୱିତୀୟ ବିଜୟ ସହ କ୍ୱାର୍ଟରରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ମ୍ୟାଚ୍ରେ ଓଏଚ୍ପିସି ୭୪ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇବା ପରେ ବେଦାନ୍ତ ୧୦.୫ ଓଭରରେ ୫ ଓ୍ଵିକେଟ୍ ବିନିମୟରେ ୭୭ ରନ୍ କରି ବିଜୟୀ ହୋଇଥିଲା। ବିଜୟୀ ଦଳର ରଞ୍ଜିତ୍ ଯାଦବ (୨୨ ରନ୍, ୨ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବେଦାନ୍ତ କ୍ୱାର୍ଟର ଫାଇନାଲ୍ରେ ଇଡ୍କୋକମୁ ଭେଟିବ। ଗତବର୍ଷର ବିଜେତା ଓପିଟିସିଏଲ୍ ଏବଂ ଉପବିଜେତା ଇଡ୍କୋ ଏଥର ସିଧାସଳଖ କ୍ୱାର୍ଟର ଫାଇନାଲ୍ରୁ ହିଁ ସେମାନଙ୍କ ଅଭିଯାନ ଆରମ୍ଭ କରିବେ।
ଶୁକ୍ରବାର ଅନ୍ୟ ଏକ ମ୍ୟାଚ୍ରେ ନେସ୍କୋ (୨୦ ଓଭରରେ ୧୬୦/୨) ୫୮ ରନ୍ରେ ସାଉଥ୍କୋ (୧୯.୧ ଓଭରରେ ୧୦୨)କୁ ପରାସ୍ତ କରିଛି। ବିଜୟୀ ଦଳର ଦିଗ୍ବିଜୟୀ ଦାସ (୬୨ ବଲ୍ରେ ୭୫ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ଓଇଆର୍ସି (୮୪/୭) ବିପକ୍ଷରେ ସେସୁ (୧୩.୪ ଓଭରରେ ୮୫/୪) ୬ ଓ୍ଵିକେଟ୍ରେ ବିଜୟ ହାସଲ କରିଛି। ସେସୁର ବିପିନ ନନ୍ଦୀ (୨୪ ରନ୍ ଓ ଗୋଟିଏ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ପାଓ୍ଵାର କପ୍ କ୍ରିକେଟ୍ କ୍ୱାର୍ଟରରେ ଫେଡ୍କୋ, ବେଦାନ୍ତ
/sambad/media/post_attachments/wp-content/uploads/2018/01/5-Power-Cup-Photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)